Bikash Khabar
ନବମ ଶ୍ରେଣୀ ଛାତ୍ରଙ୍କ ସୌରଚାଳିତ ତଲାରି, ଜଳିବ ଲାଇଟ, ଦେବ ବିପର୍ଯ୍ୟୟ ପୂର୍ବ ସୂଚନା

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମେରିକୋଟ ପଂଚାୟତ ମେରିକୋଟ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପଢୁଥିବା ବାବୁଲା ଗୌଡ଼ ଏକ ନିଆରା ତଲାରି ତିଆରି କରିଛନ୍ତି । ଏହା ସୌରଶକ୍ତି ସଂପନ୍ନ । ତଲାରି କେବଳ ଖରାବର୍ଷାରୁ ରକ୍ଷା କରିବନି ବରଂ ଖରାରେ ଏଥିରେ ଥିବା ପଙ୍ଖା ଘୁରିବ ଓ ରାତିରେ  ଲାଇଟ ଜଳିବ ।

ଗଞ୍ଜାମ ତଥା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ଚାଷୀ ଓ ମେଷପାଳକମାନେ ତଲାରି ବ୍ୟବହାର କରିଥାନ୍ତି । ଏହା ସେମାନଙ୍କୁ ଖରା ବର୍ଷାରୁ ରକ୍ଷା କରେ । ବାବୁଲା ଚାଷୀଙ୍କ ତଲାରିକୁ ଦେଇଛନ୍ତି ସ୍ମାର୍ଟ ଲୁକ୍ ।
ତଲାରିରେ ଏକ ସ୍ୱତନ୍ତ୍ର ରାଡ଼ାର ଖଞ୍ଜାଯାଇଛି । ଏହା ଦ୍ୱାରା ଏଫଏମ ରେଡ଼ିଓ ବାଜିବ । ପାଣିପାଗ ସୂଚନା ଜାଣିହେବ । ବିଜ୍ଞାନ ମେଳାରେ ବାବୁଲାଙ୍କ ଏହି ସ୍ମାର୍ଟ ତଲାରି ପ୍ରଥମ ହୋଇଛି । ବାବୁଲାଙ୍କ ଏହି ପ୍ରକଳ୍ପକୁ ସରକାର ସହାୟତା ପ୍ରଦାନ କଲେ ଚାଷୀମାନଙ୍କ ପାଇଁ ଏକ ନୂଆ ଉପକରଣ ଆସିପାରନ୍ତା । 
 

08/12/2018

Leave a Reply

Your email address will not be published. Required fields are marked *

Comments