Bikash Khabar
ବିଶ୍ୱ ଖାଦ୍ୟସଂଗଠନ ରେ ଏନ୍‌ଆଇଟିର ପୂର୍ବତନ ଛାତ୍ର,ଏହି ସଂଗଠନ ପାଇଛି ନୋବେଲ ପୁରସ୍କାର

ୱାର୍ଲଡ୍ଫୁଡ୍ ପ୍ରୋଗ୍ରାମ୍’ (ଡବ୍ଲୁଏଫ୍ପି)କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର-୨୦୨୦। ତେବେ ରାଉରକେଲା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ ଏହି ଯେ ଏଇ ସଂଗଠନରେ ରାଉରକେଲା ଜାତୀୟ ବୈଷୟିକ ପ୍ରତିଷ୍ଠାନ (ଏନ୍ଆଇଟି) ପୁରାତନ ଛାତ୍ର ପ୍ରଣବ ଖୈତାନଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଶ୍ରୀ ଖୈତାନ ସେହି ସଂଗଠନରେ ପରାମର୍ଶଦାତା ପରିଷଦର ସଦସ୍ୟ ଭାବେ କାର୍ଯ୍ୟଧାରା କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଥିଲେ। ଏଥିସହ କୃତ୍ରିମ ବୁଦ୍ଧିମତ୍ତା ପ୍ରାଦ୍ୟୋଗିକୀ’ (ଆର୍ଟିଫିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି) ନେତୃତ୍ବ ନେଇଥିଲେ। ଏହା ମାଧ୍ୟମରେ ହିଁ ସଂଗଠନର କାର୍ଯ୍ୟକ୍ରମ ପରିବ୍ୟାପ୍ତ ହୋଇପାରିଥିଲା ତେଣୁ ନୋବେଲ ପୁରସ୍କାର ଘୋଷଣା ପରେ ସଂଗଠନ ପକ୍ଷରୁ ଶ୍ରୀ ଖୈତାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରାଯାଇଛି।ଡବ୍ଲୁଏଫ୍ପିର ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଲକ୍ଷଲକ୍ଷ ଲୋକ କ୍ଷୁଧାମୁକ୍ତ ହୋଇପାରିଛନ୍ତି। ପ୍ରଣବଙ୍କ ନେତୃତ୍ବରେ ଗୁଗୁଲ୍ରିସର୍ଚ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ପୂର୍ବକ ଏଥିରେ ଭାଗୀଦାରି ରହିଥିଲା। ଗୁଗୁଲ୍ ଡବ୍ଲିଏଫ୍ପି ମଧ୍ୟରେ ଦୁଇବର୍ଷ ତଳେ ଭାଗୀଦାରି ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ କିଭଳି ବିଶ୍ବରେ କ୍ଷୁଧା ଦୂର କରିପାରିବ, ସେ ସମ୍ପର୍କରେ ପ୍ରଣବ ପରାମର୍ଶ ଦେଇଥିଲେ।ବେଙ୍ଗାଲୁରୁର ଜୈନ୍ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତିପରେ ଶ୍ରୀ ଖୈତାନ ରାଉରକେଲା ଏନ୍ଆଇଟିର କମ୍ପ୍ୟୁଟର୍ସାଇନ୍ସ ଆଣ୍ଡ୍ ଇଂଜିନିୟରିଂ ବିଭାଗରେ ଯୋଗ ଦେଇଥିଲେ। ୨୦୦୯ ବ୍ୟାଚ୍ ପ୍ରଣବ ଏନ୍ଆଇଟିରେ ସର୍ବକାଳୀନ ସର୍ବାଧିକ ମାର୍କ ରଖି ନୂଆ ରେକର୍ଡ ରଚିଥିଲେ। ଏହାପରେ ସେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରୁ ଉଚ୍ଚତର ଶିକ୍ଷାପରେ ଫେସ୍ବୁକ୍ରେ ନିଯୁକ୍ତି ପାଇଥିଲେ। ପରେ ସେ ଗୁଗଲ୍ରେ ଯୋଗଦେଇ ସଂପ୍ରତି ସିନିୟର ଇଂଜିନିୟରିଂ ଲିଡ୍ (ୟୁଏସ୍ଏ)ଭାବେ କାର୍ଯ୍ୟରତ। ଏନ୍ଆଇଟି (୨୦୦୫-୦୯)ରେ ଅଧ୍ୟୟନ ସମୟରେ ସେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ। ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ଯଥା ସାଇବରସଫ୍ଟ ପ୍ରତିଷ୍ଠାତା ତଥା ଆବାହକ (୨୦୦୭-୦୯), ବାର୍ଷିକ ଯାନ୍ତ୍ରିକ ମହୋତ୍ସବ (୨୦୦୮) ମୁଖ୍ୟ ଆବାହକ, ମାଇକ୍ରୋସଫ୍ଟର ନିଯୁକ୍ତି କର୍ମଶାଳା (୨୦୦୮) ପରିଚାଳକ, ଅପରେଟିଂ ସିଷ୍ଟମ ପ୍ରୋଗ୍ରାମିଂ ବିଷୟରେ ଶିକ୍ଷା ପ୍ରଦାନ, ଏନଆଇଟି ଏଣ୍ଟରପ୍ରେନରସିପ୍ ସେଲ୍ ସହ ପ୍ରତିଷ୍ଠାତା, ଅନୁଷ୍ଠାନର ସର୍ବପ୍ରଥମ ମ୍ୟାନେଜମେଣ୍ଟ୍ କାର୍ଯ୍ୟକ୍ରମ ଆର୍ଥୟାନ’(୨୦୦୮) ସଂଯୋଜକ, ‘ସନ ମାଇକ୍ରୋସିଷ୍ଟମ୍ କ୍ଲବ’ (୨୦୦୭-୦୯) ପରାମର୍ଶଦାତା, ‘ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ ଆଣ୍ଡ୍ ଇଲେକ୍ଟ୍ରୋନିକ ଇଂଜିନିୟରିଂ ସଦସ୍ୟ, କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ର ପ୍ରତିନିଧି (୨୦୦୬-୦୯) ଦାୟିତ୍ବ ତୁଲାଇଥିଲେ।

20/10/2020

Leave a Reply

Your email address will not be published. Required fields are marked *

Comments