Bikash Khabar
ଜିଓ ଗୁଗୁଲ ମିଳିତ ପ୍ରୟାସ,ସବୁ ଭାରତୀୟ ଧରିବେ ସ୍ମାର୍ଟଫୋନ୍

 ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌), ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ଗୁଗୁଲ୍ ଏଲ୍ଏଲ୍ସି (ଗୁଗୁଲ୍‌) ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଆଜି ଘୋଷଣା କରାଯାଇଛି ଏହି ଘୋଷଣା ଅନୁଯାୟୀ ଜିଓ ପ୍ଲାଟଫର୍ମସ୍ରେ ଗୁଗୁଲ୍ ପକ୍ଷରୁ ୩୩,୭୩୭ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ ଜିଓ ପ୍ଲାଟ୍ଫର୍ମସ୍ ମୋଟ ଇକ୍ୱିଟି ମୂଲ୍ୟ .୩୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଗୁଗୁଲ୍ ପକ୍ଷରୁ ଏହି ପୁଞ୍ଜିନିବେଶ କରାଯାଇଛି ଗୁଗୁଲ୍ ଏହି ନିବେଶ ଜିଓ ପ୍ଲାଟଫର୍ମସ୍ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା .୭୩% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ ଏହା ସହିତ, ଜିଓ ପ୍ଲାଟଫର୍ମସ୍ରେ ଆର୍ଥିକ ଗୁରୁତ୍ୱପୂର୍ଣ୍ଣ ନିବେଶକମାନଙ୍କ ମୋଟ ପୁଞ୍ଜିନିବେଶ ପରିମାଣ ,୫୨,୦୫୬ କୋଟି ଟଙ୍କାରେ ପହଂଚିଛି ଭାରତର କୋଣ ଅନୁକୋଣରେ ଡିିଟିଟାଲ୍କରଣ (ଡିଜିଟାଇଜେସନ) ଲାଭ ପହଞ୍ଚାଇବା ଲାଗି ଜିଓ ଗୁଗୁଲ୍ ପକ୍ଷରୁ କରାଯାଉଥିବା ବର୍ତ୍ତମାନର ଉଦ୍ୟମ ଉପରେ ଆଧାର କରି ଏହି ନିବେଶ ବର୍ତମାନ ଦେଶରେ ଥିବା ୫୦୦ ନିୟୁତରୁ ଅଧିକ ଇଟଂରନେଟ୍ ବ୍ୟବହାରକାରୀଙ୍କ ଠାରୁ ଆହୁରି ଆଗକୁ ବୃଦ୍ଧି ପାଇବ ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍ ପ୍ଲେ ଷ୍ଟୋର୍ ଅପ୍ଟିମାଇଜେସନ୍ (ଅନୁକୂଳ) କରିବା ସହିତ ମିଳିତ ଭାବେ ଏଂଟ୍ରି ଲେବଲ୍ ବା ପ୍ରବେଶ ସ୍ତରର ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ବିକଶିତ କରିବା ଲାଗି ଜିଓ ପ୍ଲାଟଫର୍ମସ୍ ଗୁଗୁଲ୍ ମଧ୍ୟରେ ଏକ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି ଭାରତର ନିୟୁତାଧିକ ମୋବାଇଲ୍ ବ୍ୟବହାରକାରୀ କିଭଳି ସ୍ମାର୍ଟଫୋନ୍ ମାଲିକ ହୋଇପାରିବେ ତୃଣମୂଳ ସ୍ତରରୁ ତାହାକୁ ନେବା ଲାଗି ଉଭୟ ସଂସ୍ଥା ଉତ୍ସାହିତ ରହିଛନ୍ତି ଏହି ଉଦ୍ୟମ ନୂତନ ସୁଯୋଗ ସୃଷ୍ଟି କରିବ, ଯାହା ସକ୍ରିୟ ଆପ୍ଲିକେସନର ପରିବେଶ ବା ଇକୋସିଷ୍ଟମ୍କୁ ସଶକ୍ତ କରିବା ସହ ନୂଆ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ଅଭିନବତା ନୂତନତ୍ୱ ଉପରେ ଗୁରୁତ୍ୱ ପଅଦାନ କରିବ

16/07/2020

Leave a Reply

Your email address will not be published. Required fields are marked *

Comments