Bikash Khabar
ନୁଆବର୍ଷରୁ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ଅବଢା ଦର ତାଲିକା, ହେବ ଅନଲାଇନ୍ ଟିକେଟ

ନୁଆବର୍ଷ ଆରମ୍ଭରୁ ଜାନୁଆରୀ ୨ କିମ୍ବା ୩ ତାରିଖ ଠାରୁ ଶ୍ରୀମନ୍ଦିର ଆନନ୍ଦବଜାରରେ ଅବଢାର ଦର ତାଲିକା ଲାଗିବ । ତାଲିକାରେ ଓଳି ମାପ ସହ ଦାମ ଉଲ୍ଲେଖ ରହିବ । ଏହା ସମେତ ନୁଆବର୍ଷରୁ ଅନଲାଇନ ଟିକେଟ ବ୍ୟବସ୍ଥା ବି ଆରମ୍ଭ ହେବ ।

ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ପରିଚାଳନା କମିଟି ସଦସ୍ୟ ଓ ନିଯୋଗ କର୍ମକର୍ତ୍ତାଙ୍କ ଏକ ବୈଠକରେ ଏ ସଂପର୍କିତ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ନୁଆ ବର୍ଷରେ ଶ୍ରୀଜିଉ ମାନଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଏବଂ ଠିକ୍ ସମୟରେ ନୀତି ସମ୍ପାଦିତ ପାଇଁ ଆଲୋଚନା ହୋଇଛି । ନୁଆବର୍ଷରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ବ୍ୟାରିକେଡ଼ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଏ ବର୍ଷ ୬ ଲକ୍ଷ ପାଖାପାଖି ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି । ଅନଲାଇନ ଟିକେଟ ବ୍ୟବସ୍ଥାର ବ୍ଲୁପ୍ରିଣ୍ଟ ଦାୟିତ୍ୱ ପ୍ରତିହାରୀ ନିଯୋଗକୁ ଦିଆଯାଇଥିଲା । ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ତେବେ ଟିକେଟ ଦର ଧାର୍ଯ୍ୟ ହୋଇନାହିଁ । 
 

27/12/2018

Leave a Reply

Your email address will not be published. Required fields are marked *

Comments