Bikash Khabar
ଅଗଷ୍ଟରେ ମିଳିବ ଦୁଇମାସର ଆଗୁଆ ଚାଉଳ

 ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତ୍ୟୋଦୟ ଅନ୍ନ ଯୋଜନା ଓ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀ ମାନଙ୍କୁ ଅଗଷ୍ଟ ମାସରେ ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଆଗୁଆ ଦୁଇ ମାସର ଚାଉଳ ପ୍ରଦାନ କରାଯିବ । ଏ ନେଇ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗୀୟ ସୂଚନା ଅନୁସାରେ କେନ୍ଦ୍ରୀୟ ପୁଲରୁ ୩୧ ଲକ୍ଷ ୬୯ ହଜାର ୩୨୯.୮ କ୍ୱିଣ୍ଟାଲ ଚାଉଳ ଓ ୪ଲକ୍ଷ ୮୩ ହଜାର ୨୬୯.୦୬ କ୍ୱିଣ୍ଟାଲ ଗହମ ରାଜ୍ୟ ପାଇଁ ଉପଲବ୍ଧ । ରାଜ୍ୟ ଏହି କୋଟାକୁ ଉଠାଇ ୩୦ଟି ଜିଲ୍ଲାରେ ବାଣ୍ଟିବ । ବୈଧ ଲାଇସେନ୍ସ ପ୍ରାପ୍ତ କଣ୍ଟ୍ରୋଲ ଦୋକାନୀ ସେହି ଚାଉଳ ବା ଗହମ ଉଠାଇ ହିତାଧିକାରୀମାନଙ୍କୁ ବଣ୍ଟନ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ୫ କିଲୋଗ୍ରାମ ଲେଖାଏ ଚାଉଳ ଓ ଅନ୍ନପୂର୍ଣ୍ଣା ହିତାଧିକାରୀଙ୍କୁ ୩୫ କିଲୋଗ୍ରାମ ଚାଉଳ ବଣ୍ଟନ କରାଯିବ ବୋଲି କୁହାଯାଇଛି । 

08/07/2018

Leave a Reply

Your email address will not be published. Required fields are marked *

Comments