Bikash Khabar
ଦେଶ ସେବା ପରେ ଏବେ କୃଷି ବ୍ୟବସ୍ଥାରେ ଉନ୍ନତି ପାଇଁ ଲାଗିଛନ୍ତି ଏହି ପୂର୍ବତନ ନୌସେନା ଅଧିକାରୀ

ବିଗତ କିଛି ବର୍ଷ ଧରି ଦେଶର ଚାଷ ଯୋଗ୍ୟ ଜମି ପରିମାଣ ସଂକୁଚିତ ହେବାରେ ଲାଗିଛି । ଚାଷ ଜମିକୁ ଅଣଚାଷ କିସମରେ ପରିବର୍ତ୍ତନ କରାଯାଉଥିବାବେଳେ କ୍ଷେତରୁ ନିବେଶର ମୂଲ୍ୟ ନପାଇ ଚାଷୀ ଚାଷ କ୍ଷେତରୁ ମୁହଁ ଫେରାଇ ନେଉଛି । ଏଭଳି ସ୍ଥିତିକୁ ଦେଖିବା ପରେ ପୂର୍ବତନ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ସି.ବି ପ୍ରକାଶ କୃଷିକୁ ଲାଭଜନକ କରିବା ସହ ନିଜ ଅଂଚଳର ଚାଷୀଙ୍କୁ ପ୍ରଲୁବ୍ଧ କରାଇବା ପାଇଁ ଏକ ପ୍ରକଳ୍ପ ଆରମ୍ଭ କରିଥିଲେ ।

କର୍ଣ୍ଣାଟକ ଧରୱାଡ଼ ଜିଲ୍ଲାରେ ସି.ବି ପ୍ରକାଶ ପେଟ ଭରୋ ନାମରେ ଏକ ପ୍ରକଳ୍ପର ଅୟମାରମ୍ଭ କଲେ ଯେଉଁଥିରେ ବିନା ମାଟିରେ ଫଳ, ପନିପରିବା, ଔଷଧୀୟ ବୃକ୍ଷଲତା ଏବଂ ଫୁଲ ଅମଳର ତାଲିମ ଦେଲେ । ୨୦୦୮ ଠାରୁ ଅଦ୍ୟାବଧି ୨୦୧୮ ମଧ୍ୟରେ ସେ ୧୦ ହଜାରରୁ ଅଧିକ ପ୍ରଶିକ୍ଷାର୍ଥିଙ୍କୁ ହାଇଡ଼୍ରୋପୋନିକ୍ସ ବ୍ୟବସ୍ଥାରେ ଫସଲ ଅମଳ କରାଇବା ଶିକ୍ଷା ଦେଇଛନ୍ତି । ଭାରତୀୟ ନୌସେନାରୁ ୧୯୯୭ରେ ୩୫ ବର୍ଷ ବୟସରେ ଅବସର ନେଇଥିବା ପ୍ରକାଶ ଅବସର ପରେ ବିନା ମାଟିରେ କିଭଳି ଫସଲ ଫଳାଇ ହେବ ସେ ଦିଗରେ ପ୍ରୟାସ ଆରମ୍ଭ କରିଥିଲେ ।

25/04/2019

Leave a Reply

Your email address will not be published. Required fields are marked *

Comments