Bikash Khabar
ପାକିସ୍ଥାନ ଜେଲ ରେ ୨୦ ବର୍ଷ କଟାଇ ଗାଁକୁ ଫେରିଲେ ବିରଯୁ ,ନିଜ ଗାଁ ମାଟି ସୁନ୍ଦରଗଡ଼ କୁତ୍ରା ରେ ମିଳିଲା ସମ୍ବର୍ଧନା

୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ନିଜ ଗାଁ କୁତ୍ରାକୁ ଫେରିଛନ୍ତି ବିରଜୁ କୁଲୁ ଶୁକ୍ରବାର  ସକାଳ ୧୦ଟା ୧୦ ମିନିଟରେ କୁତ୍ରା ବିଡିଓ ବିରଜୁ କୁଲୁଙ୍କୁ ବ୍ଲକ୍ ପରିସରରେ ସମ୍ବର୍ଦ୍ଧନା ଦେବା ସହ ତାଙ୍କୁ ଖୁବ ଶୀଘ୍ର ଆଧାର କାର୍ଡ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ରାତିରେ ସେ କୁତ୍ରା ଠାରୁ ୧୩୨ କିଲୋମିଟର ଦୂର ଝାରଖଣ୍ଡ ରାଜ୍ୟ ଗୁମଲାରେ ପହଞ୍ଚି ରାତି କାଟିବା ପରେ ଆଜି ସକାଳୁ କୁତ୍ରା ଅଭିମୁଖେ ଵାହାରିଥିଲେ। ପାକିସ୍ତାନ ସରକାର ବିରଜୁଙ୍କୁ ଭାରତକୁ ହସ୍ତାନ୍ତର କରିବା ପରେ ସେ ପଞ୍ଜାଵ ଅମୃତସରର ଏକ ସଂଗରୋଧ କେନ୍ଦ୍ରରେ ଥିଲେ। ସମ୍ପର୍କରେ ସୁନ୍ଦରଗଡ଼ ପ୍ରଶାସନକୁ ଅବଗତ କରାଯିବା ପରେ ପ୍ରଶାସନ ବିରଜୁଙ୍କୁ ଅମୃତସରରୁ ଆଣିବାକୁ ସମସ୍ତ ବ୍ୟବସ୍ଥା କରିଥିଲା ତାଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ନିଯୁକ୍ତ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାଇଥିଲେ। ବଲେରୋ ଯୋଗେ ଜଣ ଡ୍ରାଇଭରଙ୍କ ସାହାଯ୍ୟରେ ୧୭୫୦ କିଲୋମିଟର ଦୂର ଅମୃତସରରୁ ଵିରଜୁଙ୍କୁ ନେଇ ସୁନ୍ଦରଗଡ଼ ଫେରିଥିଲେ ସମ୍ପୃକ୍ତ ଅଧିକାରୀ ୨୦ ବର୍ଷ ତଳେ ମାନସିକ ରୋଗର ଚିକିତ୍ସା ପାଇଁ ରାଞ୍ଚି ଯାଇଥିବା ବିରଯୁ ଭୁଲ ବଶତଃ ପାକିସ୍ଥାନ ମାଟିରେ ପାଦ ଦେଇ ସେଦିନ ଠାରୁ ଜେଲ ରେ ସଢୁଥିଲେ ଜଣେ ମାନସିକ ରୋଗୀ ବୋଲି ମାନୁ ଥିବା ପାକିସ୍ଥାନ ୨୦ ବର୍ଷ ପରେ ସତ କଣ ଜାଣି ଭାରତ ହାତରେ ବିରଯୁ ଙ୍କୁ ପ୍ରତ୍ୟାର୍ପନ କରିଥିଲା

13/11/2020

Leave a Reply

Your email address will not be published. Required fields are marked *

Comments