Bikash Khabar
ପଢିଲେ ଇଂଜିନିୟରିଂ,ଚାକିରୀ ନକରି କଳାଧାନ ଚାଷରୁ ପାଇଛନ୍ତି ଖ୍ୟାତି

ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ନମ୍ବର ୱାର୍ଡ ଘାଟଘରସାହି ଅଂଚଳର ସୌମ୍ୟକାନ୍ତ ଓରଫ ରାଜା ୨୦୧୩ ମସିହାରେ ଡିପ୍ଲୋମା ଇଞ୍ଜିନିୟର ପାସ କରିବା ପରେ ରାଜ୍ୟ ବାହାରୁ ବିଭିନ୍ନ କମ୍ପାନୀରୁ ଚାକିରୀ ଅଫର ଆସିଲା ସତ ହେଲେ ସେ ମନ ବଳାଇଲେ ନାହିଁ।ପାହାଡ଼ ତଳେ  ଥିବା ନିଜ ଏକର ଜମିରେ ଫାର୍ମ ହାଉସ କରି ଜୈବିକ ଚାଷ ପ୍ରତି ବଳାଇଥିଲେ ମନ ବଜାର ରେ ଅଧିକ ଚାହିଦା ଥିବା ଔଷଧୀୟ କଳାଧାନ ପ୍ରଜାତି ପ୍ରତି ସେ ରୁଚି ରଖିଥିଲେ। ଜୈବିକ  ଉପାୟରେ ଏହି ପ୍ରଜାତି ଅମଳକରି ସେ ଖ୍ୟାତି ଅର୍ଜନ କରିଛନ୍ତି ଏହି ଧାନର ଚାଉଳ ହାର୍ଟ,ଡାଇବେଟିସ ରୋଗୀଙ୍କ ପାଇଁ ବରଦାନ ହୋଇଥିବାରୁ ଏହି ଚାଉଳ ଚାହିଦା ବଜାରରେ ବେଶ୍ ରହିଛି ସାଢ଼େ ଏକର ଜମିରେ ସାଳଫୁଲ, ସ୍ୱର୍ଣ୍ଣ ଧାନ ଚାଷ କରିଥିବାବେଳେ କଳା ଧାନ ମଧ୍ୟ ଚାଷ କରିଛନ୍ତି କେଜି ବିହନରୁ ଦୁଇଟି ଧାନ କିଆରୀରେ  ଚାଷ କରି ସେ ଯେତିକି ଆଶା କରିଥିଲେ ସେତିକି ଫଳିଥିବା ଦେଖି ଖୁସି ହୋଇଛନ୍ତି ସୌମ୍ୟ ଚଳିତ ବର୍ଷ ବେଶ ଭଲ ଧାନ ଫଳିଥିବା ସେ କହନ୍ତି ଏହି କଳା ଧାନର ଚାଉଳ ମୂଲ୍ୟ ୪୫୦ ଟଙ୍କା କେଜି ଦର ରେ ବାହାର ମାର୍କେଟ ରେ ବିକ୍ରୟ ହେଉଥିବା ବେଳେ ଏହି ଚାଷ ମଧ୍ୟ ଅନ୍ୟ ଚାଷୀଙ୍କୁ କିଛିକିଛି କରିବାକୁ ସେ ଆହ୍ୱାନ ଦେଇଛନ୍ତି

24/11/2020

Leave a Reply

Your email address will not be published. Required fields are marked *

Comments