Bikash Khabar
ଗରିବ ଶିଶୁଙ୍କ ମାଗଣା ହୃଦ୍‌ରୋଗ ଚିକିତ୍ସା ପାଇଁ ଚୁକ୍ତିନାମା ,ବଢ଼ିଲା ଆଉ ଦୁଇବର୍ଷର ଅବଧି

ଅହମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ରାଜ୍ୟର ଗରିବ ଶିଶୁମାନଙ୍କ ମାଗଣା ହୃଦ୍ରୋଗ ଚିକିତ୍ସା ଜାରି ରହିଥିବା ବେଳେ ଏନେଇ ପ୍ରଶାନ୍ତି ମେଡିକାଲ ସେବା ଗବେଷଣା ଫାଉଣ୍ଡେସନ୍ସହ ରାଜ୍ୟ ସରକାରଙ୍କ ହୋଇଥିବା ଚୁକ୍ତିକୁ ଆଜି ସଂପ୍ରସାରଣ କରାଯାଇଛି। ଫଳରେ ଆହୁରି ୨ବର୍ଷ ପାଇଁ ରାଜ୍ୟର ଗରିବ ଶିଶୁ ମାଗଣାରେ ହୃଦ୍ରୋଗ ଚିକିତ୍ସା ପାଇପାରିବେ।୨୦୧୮ ମସିହାରେ ଅନୁଷ୍ଠାନ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏଥିରେ ରାଜ୍ୟରେ ହୃଦ୍ରୋଗର ଶିକାର ଶିଶୁଙ୍କୁ ଚିହ୍ନଟ କରାଯାଇ ସତ୍ୟସାଇ ହାର୍ଟ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରାଯାଉଛି। ଅସ୍ତ୍ରୋପଚାର ପୂର୍ବରୁ ପରବର୍ତୀ ସମୟରେ ଆବଶ୍ୟକ ଷ୍ଟେଣ୍ଟ୍, କଏଲ, ଔଷଧ ସହିତ ଅନ୍ୟାନ୍ୟ ଜିନିଷ ଫାଉଣ୍ଡେସନ୍ ବହନ କରୁଛି। ଶିଶୁମାନଙ୍କ ଗମନାଗମନ ଖର୍ଚ ମଧ୍ୟ ସରକାର ବହନ କରୁଛନ୍ତି। ପର୍ଯ୍ୟନ୍ତ ୧୦୧୯ ଶିଶୁଙ୍କ ହୃଦ୍ରୋଗ ଅସ୍ତ୍ରୋପଚାର ହୋଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି। ତେବେ ରାଜ୍ୟରେ କରୋନା ସ୍ଥିତି ସୁଧୁରିବା ପରେ ଦ୍ବିତୀୟ ପର୍ଯ୍ୟାୟର ଶିଶୁଙ୍କୁ ହସ୍ପିଟାଲକୁ ପଠାଯିବ ବୋଲି ସୂଚନା ଦିଆଯାଇଛି।

20/11/2020

Leave a Reply

Your email address will not be published. Required fields are marked *

Comments