Bikash Khabar
ବନ୍ଦର ନଗରୀ ପାରାଦ୍ୱୀପ ରୁ ଉଡ଼ିବ ବିମାନ

ପାରାଦ୍ୱୀପ ବାସୀଙ୍କ  ପାଇଁ ଖୁସି ଖବର ଖୁବଶିଘ୍ର ଏଠାରେ ନିର୍ମାଣ ହେବାକୁ ଯାଉଛି ବିମାନ ବନ୍ଦର। ଏଥିପାଇଁ ଗତ ଜାନୁଆରୀ ମାସରୁ ବୁଝାମଣା ପତ୍ର  ସ୍ୱାକ୍ଷରିତ  ହୋଇ ସାରିଥିବା କହିଛନ୍ତି  ପୋର୍ଟ ଅଥରିଟି ଅଫ ଇଣ୍ଡିଆର(ଏଏଆଇ) ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର

ପାରାଦ୍ବୀପ ପୋର୍ଟ ଅଥରିଟି ଇଣ୍ଡିଆନ ଅଏଲ କର୍ପୋରେସନ(ଆଓସିଏଲ) ମିଳିତ ସହଯୋଗରେ ନିର୍ମାଣ ହେବାକୁ ଥିବା ପାରାଦ୍ୱୀପ ବିମାନ ବନ୍ଦର ପାଇଁ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ବୈଷୟିକ ସହାୟତା ଯୋଗାଇ ଦିଆଯିବ ବୋଲି ମହାପାତ୍ର ସୂଚନା ଦେଇଛନ୍ତି ଏଠାରେ ଅପେକ୍ଷାକୃତ ଛୋଟ ବିମାନ  ୧୯ ସିଟର କିମ୍ବା ୨୯ ସିଟର   ଉଡାଣ ଅବତରଣ  ସୁବିଧା ରହିବ

ଏହାବ୍ୟତିତ ଭୁବନେଶ୍ବରରେ ୯୦୦ କୋଟି ଟଙ୍କା ବ୍ୟୟରେ ତୃତୀୟ ଟର୍ମିନାଲ ବିଲ୍ଡିଂ ନିର୍ମାଣ ପାଇଁ ପ୍ରାଥମିକ କାର୍ୟ୍ୟ ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଯାହାର ନିର୍ମାଣ କାର୍ୟ୍ୟ ଆସନ୍ତା ମାସ ମଧ୍ୟରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି ଯାହାକି ଦୁଇ ରୁ ଅଢେଇ ବର୍ଷ ମଧ୍ୟରେ ସମାପ୍ତ କରାଯିବ ବୋଲି ସେ ଜଣାଇଛନ୍ତି।

ଏନେଇ  ଶନିବାର  ଭୁବନେଶ୍ବର ବିମାନ ବନ୍ଦର ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏୟାର ପୋର୍ଟ ଅଥରିଟିର ରିଜିଓନାଲ ଡ଼ାଇରେକ୍ଟର ଏସପି ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।ଏବେ ଝାରସୁଗୁଡା ,ରାଉରକେଲା ଆଦି ଛୋଟ ମଧ୍ୟମ ସହରରୁ ବିମାନ ଉଡାଣ ରାଜ୍ୟ ଅର୍ଥନୀତି ଯୋଗାଯୋଗ ବ୍ୟବସ୍ଥା ରେ ସୁଧାର ଆଣିବ

24/02/2019

Leave a Reply

Your email address will not be published. Required fields are marked *

Comments