Bikash Khabar
ଏଣିକି ସୌରଶକ୍ତିରେ ଚାଲିବ ସମସ୍ତ ବ୍ଲକ ଅଫିସ୍‌

 ବ୍ଲକ କାର୍ଯ୍ୟାଳୟଗୁଡ଼ିକ ଏଣିକି ଆଉ କେବଳ ବିଜୁଳି ଶକ୍ତି ଉପରେ ନିର୍ଭର କରିବେ ନାହିଁ। ସମସ୍ତ ବ୍ଲକ ଅଫିସ ଛାତରେ ସୌରଶକ୍ତି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏଥିରୁ ଉତ୍ପାଦିତ ବିଜୁଳିକୁ ବ୍ଲକ କାର୍ଯ୍ୟାଳୟରେ ବିନିଯୋଗ ହେବ। ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପ୍ରାଥମିକ ପର୍ଯ୍ୟାୟରେ ୧୩୫ ବ୍ଲକ କାର୍ଯ୍ୟାଳୟରେ ସୌର ଶକ୍ତି ପ୍ଲାଣ୍ଟ ବସାଇବାକୁ ନିଷ୍ପତ୍ତି ନେଇ ଦିଗରେ ଅକ୍ଷୟ ବିକାଶ ଶକ୍ତି ସଂସ୍ଥା (ଓରେଡା)କୁ କାମ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ୩୦ ଜିଲ୍ଲାର ୧୩୫ ବ୍ଲକକୁ ସୌର ପ୍ଲାଣ୍ଟ ସ୍ଥାପନ ପାଇଁ ଚିହ୍ନଟ କରାଯାଇଛି। ଏଥିପାଇଁ ଆବଶ୍ୟକ ବଜେଟ ବରାଦ କରାଯିବା ସହ ଆନୁଷଙ୍ଗିକ କାମ ଆରମ୍ଭ କରିବାକୁ ଓରେଡାକୁ ବିଜ୍ଞାନ କାରିଗରୀ ବିଭାଗ ନିର୍ଦ୍ଦେଶ ଦେଇଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୨ଟି ବ୍ଲକ ଅଫିସ ଏଥିପାଇଁ ଚିହ୍ନଟ କରାଯାଇଥିଲା ବେଳେ ରାୟଗଡ଼ାରେ ମୟୂରଭଞ୍ଜରେ ୧୦ଟି ଲେଖାଏଁ ବ୍ଲକ ଅଫିସକୁ ଚିହ୍ନଟ କରାଯାଇଛି ସେହିଭଳି ସମ୍ବଲପୁର ଜିଲ୍ଲାର ୫ଟି ବ୍ଲକ, ନୂଆପଡ଼ା, ସୋନପୁର, ଗଜପତି କେନ୍ଦୁଝରର ୪ଟି ଲେଖାଏଁ, କଳାହାଣ୍ଟିର ୭ଟି ବ୍ଲକ ଅଫିସ ଛାତରେ ପ୍ଲାଣ୍ଟ ବସିବ ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ବଳକା ବ୍ଲକଗୁଡ଼ିକରେ ସରକାର ସୌରଶକ୍ତି ପ୍ଲାଣ୍ଟ ବସାଇବାକୁ ଯୋଜନା ରଖିଛନ୍ତି ରାଜ୍ୟରେ ବିଦ୍ୟୁତ୍ଚାହିଦା ଯେତିକି ବୃଦ୍ଧି ପାଉଛି ସେଇ ଅନୁପାତରେ ସଂକଟ ମଧ୍ୟ ବଢ଼ି ବଢ଼ି ଚାଲିଛି। ଏହାର ମୁକାବିଲା କରିବା ସହ ଦୀର୍ଘ ମିଆଦି ଶକ୍ତିସଂକଟର ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସରକାର ଓଡ଼ିଶା ଚିଠା ସୌରନୀତି ଆଧାରରେ ଶକ୍ତି ସଂକଟ ଦୂର କରିବାକୁ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟରେ ଆଗକୁ ଯଥେଷ୍ଟ ପରିମାଣର ବିଜୁଳି ଚାହିଦା ପୂରଣ କରିବାକୁ ସରକାର ରାଜ୍ୟରେ ମେଗା ସୌର ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ହଜାର ମେଗାୱାଟ୍ସୌରଶକ୍ତି ଉତ୍ପାଦନ କରିବାକୁ ଆସନ୍ତା ୨୦୨୦ ସୁଦ୍ଧା ୪ଟି ସୌର ପାର୍କ ପ୍ରତିଷ୍ଠା ପାଇଁ ସରକାର ଟାର୍ଗେଟ୍ନେଇଛନ୍ତି ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ବର୍ତ୍ତମାନ ରାଜ୍ୟରେ ହଜାର ମେଗାୱାଟ୍ସୌରବିଦ୍ୟୁତ ଏବଂ ସୌର ତାପଜ ବିଦ୍ୟୁତ କ୍ଷେତ୍ରରେ ହଜାର ମେଗାୱାଟ ଉତ୍ପାଦନର ସୁଯୋଗ ରହିଛି ଏହାଛଡ଼ା ୫୩ ହଜାର ୮୨୦ ମେଗାୱାଟ ଅଣପାରମ୍ପରିକ ଶକ୍ତି ଉତ୍ପାଦନର ସୁଯୋଗ ମଧ୍ୟ ଅଛି। ଅଣପାରମ୍ପରିକ ଶକ୍ତି ଉତ୍ପାଦନ ରାଜ୍ୟର ବିକାଶ କ୍ଷେତ୍ରକୁ ସମୃଦ୍ଧ କରିବା ସହ ରାଜ୍ୟରେ ବର୍ତ୍ତମାନ ଦେଖାଦେଇଥିବା ଶକ୍ତି ସଙ୍କଟ ଆଂଶିକ ଭାବେ ଭରଣା କରାଯାଇପାରିବ। ପ୍ରଦୂଷଣମୁକ୍ତ ବିଦ୍ୟୁତ ଉତ୍ପାଦନ କରି ଦୀର୍ଘ ମିଆଦୀ ଶକ୍ତି ସଂକଟର ମୁକାବିଲା ମଧ୍ୟ କରିହେବ ଶକ୍ତି ଉତ୍ପାଦନ ପାଇଁ କୋଇଲା ଉପରୁ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ। ଯାହାକି କୋଇଲାକୁ ଅନ୍ୟ କାମରେ ବିନିଯୋଗ କରିହେବ ଏବଂ ଅଧିକ ବର୍ଷ ଯାଏ କୋଇଲା ଉତ୍ପାଦନ ହୋଇପାରିବ ବୋଲି ସରକାର ଆଶାବାଦୀ।

13/07/2020

Leave a Reply

Your email address will not be published. Required fields are marked *

Comments