Bikash Khabar
୧୦ ଦିନ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍‌ ଜନସାଧାରଣଙ୍କ ପାଇଁ ବନ୍ଦ

 ଆଜି  ଅର୍ଥାତ ଜୁନ ୨୪ ବୁଧବାର ଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି। ଟୁଇଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। ସରକାରୀ ଅଫିସ୍ ବରିଷ୍ଠ ଅଧିକାରୀମାନ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଯାଉଥିବାରୁ ଜିଲ୍ଲା ପ୍ରଶାସନ ଭଳି ନିଷ୍ପତ୍ତି ଗ୍ରହଣ କରିଛି। ସେମାନଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଜିଲ୍ଲାପାଳ ପ୍ରାର୍ଥନା କରିଛନ୍ତି।ସୂଚନାଯୋଗ୍ୟ ଯେ ଜିଲାକୁ ସୁରଟ ଅନ୍ୟାନ ସ୍ଥାନରୁ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଫେରି ଆସିବା ପରଠାରୁ ଜିଲାରେ କରୋନାଜନିତ ସଂକ୍ରମଣ ବ୍ୟାପକ ଆକାର ଧାରଣ କରିଛି ରାଜ୍ୟରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ଦୃଷ୍ଟିରୁ ଗଂଜାମ ଶୀର୍ଷରେ ରହିଛି ମୃତକ ଙ୍କ ସଂଖ୍ୟାରେ ବି ଗଂଜାମ ଆଗରେ ଜିଲାରେ କୋଭିଡ ଯୋଦ୍ଧା ଙ୍କ ପଜିଟିଭ ସଂଖ୍ୟା ବଢ଼ୁଥିବାରୁ ଜିଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି

 

24/06/2020

Leave a Reply

Your email address will not be published. Required fields are marked *

Comments