Bikash Khabar
ଥାନା ରୁ ସିବିଆଇ ଦେଶର ସବୁ ତଦନ୍ତକାରୀ ସଂସ୍ଥାରେ ଲାଗିବ ସିସିଟିଭି : ସୁପ୍ରିମକୋର୍ଟ

ହାଜତ ମୃତ୍ୟୁ ବଢୁଛି  ତଦନ୍ତକାରୀ ସଂସ୍ଥା ଉପରେ ବଢୁଛି ଅବିଶ୍ୱାସ ଜେରା ବେଳେ ଅନ୍ଧାରୁଆ କୋଠରୀ ଭିତରେ କଣ ଘଟୁଛି ତାହା ଅନ୍ଧାର ରେ ରହୁଥିବାବେଳେ ଏବେ ଏହାର ସରଳ ସମାଧାନ କରିଛନ୍ତି ସୁପ୍ରିମ କୋର୍ଟ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏଣିକି  ତଦନ୍ତକାରୀ ସଂସ୍ଥାରେ ଲାଗିବ ସିସିଟିଭି ଦେଶର ସବୁ ପୋଲିସ ଷ୍ଟେସନ୍ରେ ସିସିଟିଭି କ୍ୟାମେରା ଲଗାଯାଇଛି କି ନାହିଁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ନିଶ୍ଚିତ କରିବାକୁ ବାଧ୍ୟତାମୂଳକ କରାଯାଇଛି ପୋଲିସ ଷ୍ଟେସନ୍ ପ୍ରବେଶ ପ୍ରସ୍ଥାନ ପଥ, ଲକ୍ଅପ୍ରୁମ୍ବାହାର, କରିଡର, ଲବି ଆଦି ସ୍ଥାନରେ ସିସିଟିଭି ଲଗାଇବା ନିଶ୍ଚିତ କରିବାକୁ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ପୋଲିସ ଥାନା ,କ୍ରାଇମ ବ୍ରାଞ୍ଚ,ସିବିଆଇ,ଏନଆଇଏ ଆଦି ତଦନ୍ତକାରୀ ସଂସ୍ଥାଙ୍କୁ ସିସିଟିଭି,ଶସୁନ୍ଦେ ରେକର୍ଡିଙ୍ଗ ଆଦି ବ୍ୟବସ୍ଥା କରିବାକୁ କହିଛନ୍ତି ଅଦାଲତ ଏହା ସହ ଇଡି, ଏନ୍ସିବି, ଡିଆରଆଇ, ଏସ୍ଏଫ୍ଆଇଓ ଏବଂ ଅନ୍ୟ ତଦନ୍ତକାରୀ କାର୍ଯ୍ୟାଳୟରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏହି ତଦନ୍ତକାରୀ ଏଜେନ୍ସି କାର୍ଯ୍ୟାଳୟରେ ଅଭିଯୁକ୍ତଙ୍କୁ ରଖାଯିବା ସହ ସେମାନଙ୍କୁ ଜେରା କରାଯାଇଥାଏ ତଦନ୍ତକାରୀ ଅଧିକାରୀଙ୍କ ହେପାଜତରେ ଦିନକୁ ଦିନ ଅଭିଯୁକ୍ତଙ୍କ ଉପରେ ନିର୍ଯାତନା ବଢି ଚାଲିଥିବାରୁ ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ତଦନ୍ତକାରୀ ସଂସ୍ଥା ଜେରା ବେଳେ ନାଇଟ୍ଭିଜନ ସହ ଅଡିଓ ଏବଂ ଭିଡିଓ ଫୁଟେଜ୍ମଧ୍ୟ ରହିବ ଅଡିଓ ରେକଡିଂ ଗୁଡିକ ୧୮ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରହିବା ଜରୁରୀ ବୋଲି କୋର୍ଟ କହିଛନ୍ତି ରାଜ୍ୟମାନେ ଆସନ୍ତା ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି

03/12/2020

Leave a Reply

Your email address will not be published. Required fields are marked *

Comments