Bikash Khabar
ସବୁ ଗରିବ ପରିବାରଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର

କେବଳ ବିପିଏଲ ନୁହେଁ ଏଣିକି ସବୁ ଗରିବ ପରିବାରକୁ ମିଳିବ ମାଗଣା ଏଲପିଜି ସିଲିଣ୍ଡର । କେନ୍ଦ୍ର କ୍ୟାବିନେଟ ଏଭଳି ନିଷ୍ପତ୍ତିରେ ମୋହର ମାରିଛନ୍ତି । ଆଗରୁ କେବଳ ବିପିଏଲ ଭୁକ୍ତ ପରିବାରକୁ ମାଗଣାରେ ଉଜ୍ଜ୍ୱଳା ଯୋଜନାରେ ଏଲପିଜି ସିଲିଣ୍ଡର ମିଳୁଥିଲା । ଆର୍ଥିକ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟି ଏ ସଂପର୍କିତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି ।

ସାମାଜିକ ଅର୍ଥନୈତିକ ଜନଗଣନାରେ ସାମିଲ ହୋଇନଥିବା ପରିବାର ଓ ଏହା ପରେ ଏଥିରେ ବିଭିନ୍ନ ବର୍ଗର ପରିବାର ଯୋଗ ହେବା ପରେ ଯେଉଁ ପରିବାର ଗୁଡ଼ିକ ଏଥିରୁ ବଂଚିତ ହୋଇଛନ୍ତି ସେମାନଙ୍କ ଲାଗି ନିୟମରେ କୋହଳ କରାଯାଇ ସେମାନଙ୍କୁ ଏଥିରେ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସାମାଜିକ ଅର୍ଥନୈତିକ ଜନଗଣନା ତାଲିକା ବାହାରେ ତଫସିଲଭୁକ୍ତ ଜାତି ଓ ଉପଜାତି ପରିବାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗ୍ରାମୀଣ ହିତାଧିକାରୀ, ଅନ୍ତ୍ୟୋଦୟ ଅନ୍ନ ଯୋଜନାର ହିତାଧିକାରୀ, ଜଙ୍ଗଲରେ ବସବାସ କରୁଥିବା ପରିବାର, ଚା ବଗିଚାର ପୂର୍ବତନ ଓ ବର୍ତ୍ତମାନର ଶ୍ରମିକ ନଦୀ ଓ ଦ୍ୱୀପାଞ୍ଜଳ ବାସିନ୍ଦାଙ୍କୁ ପୂର୍ବରୁ ଏହି ଯୋଜନାର ହିତାଧିକାରୀ ଭାବେ ଗ୍ରହଣ କରାଯାଇଛି । ଜନଗଣନା ହିସାବ ତଥା ବିଭିନ୍ନ ବର୍ଗ ଲୋକଙ୍କୁ ଏଥିରେ ଯୋଗ କରିବା ପରେ ଏଥିରେ ସାମିଲ ହୋଇପାରୁନଥିବା ଗରିବ ପରିବାରମାନେ ଆବଶ୍ୟକୀୟ କାଗଜପତ୍ର ଆଧାରରେ ଏହି ଯୋଜନାରେ ନୁଆ ଏଲପିଜି ସଂଯୋଗ ପାଇ ପାରିବାର ସମ୍ଭାବନା ସୃଷ୍ଟି ହୋଇଛି । 
 

18/12/2018

Leave a Reply

Your email address will not be published. Required fields are marked *

Comments