Bikash Khabar
କେବିସିରୁ ୧୨ ଲକ୍ଷ ଜିତିଲେ,ଆର୍ଥିକ ଦୁଃଖରେ ମଧ୍ୟ କିଭଳି ସଶକ୍ତ ଥିଲେ ରାଜଲକ୍ଷ୍ମୀ ଙ୍କ ଠାରୁ ଶୁଣି ଭାବି ବିହ୍ଵଳ ହେଲେ ଅମିତାଭ

ଚଳିତ ବର୍ଷ କୌନ ବନେଗା କରୋଡପତି ମଞ୍ଚରେ ଜଣଙ୍କ ପରେ ଜଣେ ମହିଳା ପ୍ରତିଦ୍ବନ୍ଦୀ ନିଜର ବୁଦ୍ଧିମତ୍ତା ସହିତ ଜୀବନ ସଂଘର୍ଷ ରେ କିଭଳି ଅଗ୍ରଣୀ ଭୂମିକା ନିର୍ବାହିତ କରିଛନ୍ତି ତାହା ପ୍ରଦର୍ଶିତ କରି ଆଂକର ଦର୍ଶକ ମାନଙ୍କ ଭାବାବେଗ କୁ ପ୍ରଭାବିତ କରିବାରେ ଲାଗିଛନ୍ତି ସଦ୍ୟତମ ଅଧ୍ୟାୟ ରେ ବିହାର ପାଟଣା ରାଜଲକ୍ଷ୍ମୀ ନାମକ  ଜଣେ ମହିଳା ପ୍ରତିଯୋଗୀ ନିଜ ପରିବାର ଘୋର ଆର୍ଥିକ ସ୍ଥିତି ଏଥିରେ ନିଜ ସଞ୍ଚୟ ଭୂମିକା କୁ ନେଇ ଯେଉଁ ମର୍ମସ୍ପର୍ଶୀ କଥା କହିଥିଲେ ତାହା ଅନେକ ଦର୍ଶକ ଙ୍କ ଆଖିପତା କୁ ଓଦା କରିଦେଇଥିଲା ରାଜଲକ୍ଷ୍ମୀ ନିଜ ପରିବାର କାହାଣୀ ବେଶ ଆବେଗିକ ଭାବେ ବର୍ଣ୍ଣନା କରିଥିଲେ ତାଙ୍କ ଚାଚା ପରିବାର ଠାରୁ ଭିନ୍ନ ହେଲା ବେଳକୁ ସ୍ଥାୟୀ ସଞ୍ଚୟ ଜମା କାଗଜପତ୍ର ସହ ଘରେ ଥିବା ସବୁ ଟଙ୍କା ନେଇଯାଇଥିଲେ  ଏଭଳି ସମୟରେ ରାଜଲକ୍ଷ୍ମୀ ନିଜ ସଞ୍ଚୟ ରୁ ୬୦୦୦୦ ଟଙ୍କା ନିଜ ପିତାଙ୍କୁ ଦେବାରୁ ତାଙ୍କ ପରିବାର ଏକ ଛୋଟ ବ୍ୟବସାୟ କରି ଉଠିଥିଲା  ନିଜ ଜୀବନରେ ଟଙ୍କାର ମହତ୍ୱ କେତେ ଅଧିକ ଦର୍ଶାଇଥିଲେ ରାଜଲକ୍ଷ୍ମୀ  ୨୫ ଲକ୍ଷ ଟଙ୍କା ପାଇଁ ପଚରାଯାଇଥିବା ପ୍ରଶ୍ନର ସ୍ପଷ୍ଟ ଉତ୍ତର ଥିବାରୁ ସେ ପ୍ରତିଯୋଗିତାରୁ ବାହାରି ଆସିଥିଲେ  ତାଙ୍କୁ ୧୨ଲକ୍ଷ ୫୦ ହଜାର ଟଙ୍କାର ଚେକ ପ୍ରଦାନ କରି ଅମିତାଭ ବଚନ ପ୍ରସଂଶା ରେ ଶତମୁଖ ହୋଇଉଠିଥିଲେ    

18/11/2020

Leave a Reply

Your email address will not be published. Required fields are marked *

Comments