Bikash Khabar
ଏଣିକି ସ୍ବାମୀଙ୍କ ଆୟ ଜାଣିବା ପାଇଁ କରିହେବ ଆର୍ଟିଆଇ ଆବେଦନ

ସୂଚନା ଅଧିକାର ଆଇନ ଅନୁଯାୟୀ ପୂର୍ବରୁ ଆବେଦନ କରି ଅନ୍ୟକାହାର ଆୟ ଜାଣି ହେଉନଥିଲା ଏବେ ପତ୍ନୀଙ୍କୁ ଅଧିକାର ପ୍ରଦାନ କରାଯାଇଛି ସ୍ୱାମୀଙ୍କ ଆୟ ସମ୍ପର୍କରେ ଜାଣିବା ପତ୍ନୀଙ୍କ ଅଧିକାର ତେଣୁ ସୂଚନା ଅଧିକାର (ଆର୍ଟିଆଇ) ଆଇନ ଅଧୀନରେ ଜଣେ ମହିଳା ସ୍ୱାମୀଙ୍କ ମୋଟ ଆୟ ବାବଦରେ ସୂଚନା ହାସଲ କରିପାରିବେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଗତକାଲି ବୁଧବାର  ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜସ୍ଥାନ ଯୋଧପୁରର ଜଣେ ମହିଳାନିଜ  ସ୍ୱାମୀଙ୍କ ମୋଟ ତଥା ଟିକସ ଯୋଗ୍ୟ ଆୟ ବାବଦରେ ଜାଣିବା ପାଇଁ ଆୟକର ବିଭାଗକୁ ଆବେଦନ କରିଥିଲେ କିନ୍ତୁ ତାହା ତାଙ୍କୁ ମିଳି ଥିଲା ତାଙ୍କୁ କୁହାଯାଇଥିଲା ଯେ ଏହି ତଥ୍ୟ ଜଣେ ତୃତୀୟ ପକ୍ଷଙ୍କର ହୋଇଥିବାରୁ ଏହାକୁ ଦିଆଯାଇ ପାରିବ ନାହିଁ ଏମିତି କି ଏହା ଆର୍ଟିଆଇ ପରିସରରେ ଆସୁନାହିଁ ବୋଲି କୁହାଯାଇଥିଲା କିନ୍ତୁ ସମସ୍ତ ଯୁକ୍ତିକୁ ସିଆଇସି ଖାରଜ କରିଦେଇଛନ୍ତି ନିର୍ଦ୍ଦେଶ ଦିଆଯିବାର ୧୫ ଦିନ ମଧ୍ୟରେ ଆବେଦନକାରୀ ରହମତ ବାନୋଙ୍କୁ ସୂଚନା ପ୍ରଦାନ କରିବାକୁ କୁହାଯାଇଛି ଏବେ ଏହା ଦେଶପାଇଁ ପ୍ରଯୁଜ୍ୟ ହୋଇପାରିଛି

19/11/2020

Leave a Reply

Your email address will not be published. Required fields are marked *

Comments