Bikash Khabar
ଆଉ ଜଣେ ୫ ବର୍ଷ ର କୁନି ଧାବିକା,ରହିଛି ରେକର୍ଡ ରଚିବାର କ୍ଷମତା -ମିଳୁନି ସୁଯୋଗ ଓ ପ୍ରୋତ୍ସାହନ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନିଆଳ ତେଟାସାହି ଗାଁର ପ୍ରଦୀପ ମଳିକଙ୍କ ୫ବର୍ଷର ଝିଅ ମାମୁନି ଏବେ ଲଗାତର ୧୦କିଲୋମିଟର ଦୌଡ଼ି ଚର୍ଚ୍ଚାକୁ ଆସିଛନ୍ତି   ତାଙ୍କ ଦୌଡ଼ ଏବେ ଦେଖଣାହାରୀଙ୍କୁ ଚକିତ କରିଛି ମାମୁନିଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ବାପା ପ୍ରଦୀପ ଠିକଣା ଭାବେ ପ୍ରଶିକ୍ଷଣ ଦେଇ ପାରୁନାହାନ୍ତି ଫଳରେ ମାନୁନି ଆଗକୁ ଯିବା କଷ୍ଟସାଧ୍ୟ ହୋଇପଡିଛି   ଲଗାତର ୧୦ କିଲୋମିଟର ଦୌଡି ସମସ୍ତଙ୍କୁ ଚକିତ କରାଇ ଦେଇଛି ଏକାଧିକ ବାର ଆଳି ହାଇସ୍କୁଲ ମିନିଷ୍ଟାଡିୟମରୁ ଦୌଡ ଆରମ୍ଭ କରିଥିବା ମାମୁନି କଟକ-ଚାନ୍ଦବାଲି ରାସ୍ତାରେ ଆଳି ରୁ ୧୫ କିମି ଅତିକ୍ରମ କରି ପଟ୍ଟାମୁଣ୍ଡାଇରେ ପହଞ୍ଚିବାର ସାମର୍ଥ୍ୟ ଦେଖାଇପାରିଛନ୍ତି। ପ୍ରତିଦିନ ଦୌଡ ଅଭ୍ୟାସ କରିବାକୁ ଆଳି ହାଇସ୍କୁଲ ମିନିଷ୍ଟାଡିୟମକୁ ଆସିଥାନ୍ତି ମାମୁନି। ଆଉ ସବୁଦିନ ମିନିଷ୍ଟାଡିୟମରେ ୨୫ ରାଉଣ୍ଡ ଦୌଡି ନିଜର ଦୌଡ ଅଭ୍ୟାସ ଜାରି ରଖନ୍ତି। ଏହି ୨୫ ରାଉଣ୍ଡରେ ମାମୁନି ହାରାହାରି ରୁ ୧୦ କିମିର ଦୌଡୁଛନ୍ତି।ମାମୁନି ଏବେଯାଏ ସ୍କୁଲ ଯାଇନି ଗାଁ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଛି ତେବେ ଦୃତଦୌଡ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଭଲ ଖେଳାଳୀଟିଏ ହେବାର ଲକ୍ଷ ରଖିଥିବା ମାମୁନିଙ୍କୁ ମିଳି ପାରୁନି ଉପଯୁକ୍ତ କୋଚିଂ, ପ୍ରଶିକ୍ଷଣ ଖାଦ୍ୟପେୟ। ବାପା ପ୍ରଦୀପ ଜଣେ ଟେଣ୍ଟହାଉସ କର୍ମଚାରୀ ଭାବେ କାମ କରି ନିଜର ପରିବାର ପତିପୋଷଣ କରିଥାନ୍ତି ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ମାମୁନିଙ୍କୁ ଠିକଣା ଭାବେ ସାଧନ ଯୋଗାଇ ପାରୁନାହିଁ ବୋଲି ଦୁଃଖର  ସହ କହନ୍ତି ମାମୁନିଙ୍କ ବାପା। ରାଜ୍ୟ ସରକାର କ୍ରୀଡା ବିଭାଗ ପଦାଧିକାରୀ ଦୃତ ଧାବିକା କୁନି ଝିଅ ମାମୁନିକୁ ଆବଶ୍ୟକୀୟ ସାଧନ ଯୋଗାଇଦେଲେ ମାମୁନିର ପ୍ରତିଭା ନିଶ୍ଚିତ ବିକଶିତ ହୋଇପାରିବ ବୋଲି କ୍ରୀଡାବିତ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି

26/11/2020

Leave a Reply

Your email address will not be published. Required fields are marked *

Comments