Bikash Khabar
ରାଜଧାନୀ ପାଇଁ ଆଉ ଏକ ଭଲ ଖବର, ଭୁବନେଶ୍ବରରେ କମିଛି ଅଳିଆ ଆବର୍ଜନା

ମାର୍ଚ୍ଚ ୨୪ରୁ ଜାରି ରହିଥିବା ଲକ୍ଡାଉନ୍ଭୁବନେଶ୍ବର ପାଇଁ ବରଦାନ ସଦୃଶ ହୋଇଛି। ଗ୍ରୀଷ୍ମ ସମୟରେ ଗରମ କମିଛି। ସବୁଜମୟ ପରିବେଶ ଦେଖିବାକୁ ମିଳୁଛି। ଏଭଳି ସମୟରେ ପରିବେଶ ପାଇଁ ଆଉ ଏକ ଭଲ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୨୪ରୁ ମେ୩୧ ମଧ୍ୟରେ ଭୁବନେଶ୍ବରରେ ଅଳିଆ ଆବର୍ଜନା ବହୁ ପରିମାଣରେ କମିଛି। ଦୈନିକ ଯେତିକି ପରିମାଣରେ ବର୍ଜ୍ୟବସ୍ତୁ ବାହାରୁଥିବା ତାହା ପରିମାଣ ହ୍ରାସ ପାଇଛି। ସହର ସ୍ବଚ୍ଛ ହେବା ସହ କୁଆଖାଇ ଦୟା ନଦୀ ଜଳ ପ୍ରଦୂଷଣ ମାତ୍ରା ବି କମିଛି। ସହର ମଧ୍ୟ ଦେଇ ଯାଇଥିବା କେନାଲ ଡ୍ରେନ୍ଗୁଡ଼ିକରେ ଆଗଭଳି ଅଳିଆ ଆବର୍ଜନା ଦେଖିବାକୁ ମିଳି ଥିଲା।ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ସହରରୁ ଦୈନିକ ୫୫୦ ମେଟ୍ରିକ୍ଟନ୍ବର୍ଜ୍ୟବସ୍ତୁ ବାହାରିଥାଏ। ସେହି ଅନୁଯାୟୀ ହିସାବକୁ ନେଲେ ମାସିକ ହାରାହାରି ୧୭ ହଜାର ମେଟ୍ରିକ୍ଟନ୍ବର୍ଜ୍ୟବସ୍ତୁ ବାହାରେ। ବିବାହ, ମହୋତ୍ସବ, ପର୍ବପର୍ବାଣି ସମୟରେ ପ୍ରତିଦିନ ୬୫୦ ମେଟ୍ରିକ୍ଟନ୍ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ନିର୍ଗତ ହୁଏ। ତେବେ ଚଳିତବର୍ଷ ଲକ୍ଡାଉନ୍ସମୟରେ ବର୍ଜ୍ୟବସ୍ତୁ ପରିମାଣ ହ୍ରାସ ପାଇଛି। ଗତବର୍ଷ ମାର୍ଚ୍ଚ ମାସରେ ୧୯ ହଜାର ମେଟ୍ରିକ୍ଟନ୍ବର୍ଜ୍ୟବସ୍ତୁ ବାହାରିଥିବା ବେଳେ ଏଥର ପ୍ରାୟ ୧୫ ହଜାର ମେଟ୍ରିକ୍ଟନ୍ବର୍ଜ୍ୟବସ୍ତୁ ବାହାରିଛି। ମାର୍ଚ୍ଚ ୨୪ରୁ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍କଡ଼ାକଡ଼ି ଭାବେ ପାଳନ କରାଯାଇଥିବାରୁ ବର୍ଜ୍ୟବସ୍ତୁ ପରିମାଣ ବହୁ ପରିମାଣ କମିଛି। ସେହିପରି ଏପ୍ରିଲ ମାସ ମୁଖ୍ୟତଃ ବିବାହ ଋତୁ ହୋଇଥିବାରୁ ସହରର ସବୁ ଅଞ୍ଚଳରେ ବିବାହ ଉତ୍ସବ ଅନୁଷ୍ଠିତ ହୁଏ। ପ୍ରତିଦିନ ୬୦୦ ମେଟ୍ରିକ୍ଟନ୍ରୁ ଅଧିକ ବର୍ଜ୍ୟବସ୍ତୁ ବାହାରେ।ତେବେ ଚଳିତବର୍ଷ ଏପ୍ରିଲ ମାସ ସମ୍ପୂର୍ଣ୍ଣ ଲକ୍ଡାଉନ୍ରହିଥିବାରୁ ଗୋଟିଏ ବି ବିବାହ ହୋଇ ଥିଲା। ଶିଳ୍ପ ସଂସ୍ଥା, ହୋଟେଲଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା। ଉଠାଦୋକାନୀ, ପରିବା ମାର୍କେଟ ବନ୍ଦ ଥିବାରୁ ବାହାରୁଥିବା ଅବର୍ଜନା ଅଧା କମିଥିଲା। ଏପ୍ରିଲ ମାସରେ ପ୍ରାୟ ୨୦ ହଜାର ମେଟ୍ରିକ୍ଟନ୍ବର୍ଜ୍ୟବସ୍ତୁ ବାହାରୁ ଥିବା ବେଳେ ଏବର୍ଷ ୧୦ ହଜାର ମେଟ୍ରିକ୍ଟନ୍ବର୍ଜ୍ୟବସ୍ତୁ ବାହାରିଛି। ମେମାସରେ ଲକ୍ଡାଉନ୍ସାମାନ୍ୟ କୋହଳ ହେବା ପରେ ବର୍ଜ୍ୟବସ୍ତୁ ନିସ୍କାସନ ପରିମାଣ ବୃଦ୍ଧି ପାଇଥିଲା। ଏହି ମାସରେ ପ୍ରାୟ ୧୬ ହଜାର ମେଟ୍ରିକ୍ଟନ୍ଆବର୍ଜନା ବାହାରୁଥିବା ବେଳେ ଏଥର ୧୨ ହଜାର ମେଟ୍ରିକ୍ଟନ୍ବର୍ଜ୍ୟବସ୍ତୁ ବାହାରିଛି। ଜୁନ୍ପହିଲାଠାରୁ ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ସହ ବିବାହ ଲାଗି ଅନୁମତି ପ୍ରଦାନ କରାଯାଇଛି। ପରିବା ମାର୍କେଟ, ଉଠାଦୋକାନୀ ଆଦି ଖୋଲିଛି। ମଞ୍ଚେଶ୍ବର ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ପୁଣିଥରେ କାର୍ଯ୍ୟ ଆରମ୍ଭ କରିଥିବାରୁ ବର୍ଜ୍ୟବସ୍ତୁ ପରିମାଣ ବୃଦ୍ଧି ପାଇଥିବା ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି।

11/06/2020

Leave a Reply

Your email address will not be published. Required fields are marked *

Comments