Bikash Khabar
ବିହାର ର ଆଉ ଜଣେ ମାଉଣ୍ଟେନମ୍ୟାନ,ପାହାଡ଼ ଖୋଳି ତିଆରି କଲେ ୩ କିମି କେନାଲ

ବିହାରର ଗୟ ଜିଲ୍ଲା ଲାଥୁଆ ଅଞ୍ଚଳର କୋଥିଲାୱା ଗ୍ର‌‌ାମର ଜଣେ ବୃଦ୍ଧଙ୍କ ୩୦ ବର୍ଷର ସଂଘର୍ଷର କାହାଣୀ ଏବେ ଚର୍ଚ୍ଚାକୁ ଆସିଛି। ଏହି ବୃଦ୍ଧଙ୍କ ନାମ ଲାଉଙ୍ଗି ଭୂୟାଁ। ଦୀର୍ଘ ୩୦ ବର୍ଷ ଧରି ସେ ଏକୁଟିଆ ନିଜ ଗାଁର ଶୁଖିଲା କ୍ଷେତକୁ ପାଣି ଆଣିବା ପାଇଁ କିଲୋମିଟର ଦୀର୍ଘ କେନାଲ ଖୋଳିଛନ୍ତି। ସେ ଗାଁର ସମସ୍ତ ଚାଷଜମିକୁ ପାଣି ଆଣିବା ପାଇଁ ପ୍ରୟାସ କରିଛନ୍ତି। କେନାଲ ଖୋଳା କାମ ଶେଷ କରିବାକୁ ତାଙ୍କୁ ୩୦ ବର୍ଷ ଲାଗିଛି ବୋଲି କହିଛନ୍ତି ଲାଉଙ୍ଗି। ୩୦ ବର୍ଷ ଧରି ସେ ପ୍ରତିଦିନ ସକାଳୁ ନିଜ ଘରୁ ଜଙ୍ଗଲକୁ ବାହାରି ଯାଆନ୍ତି। ଦିନତମାମ ମାଟି ଖୋଳି ଖୋଳି ସନ୍ଧ୍ୟାରେ ଘରକୁ ଫେରନ୍ତି। ଜଙ୍ଗଲର ଆର ପାର୍ଶ୍ବରେ ଥିବା ଜଳ ଉତ୍ସରୁ ନିଜ ଗାଁ ଚାଷଜମିକୁ ପାଣି ଆଣିବା ପାଇଁ ସେ ଏକ କେନାଲ ଖୋଳିଛନ୍ତି। ୩୦ ବର୍ଷ ଧରି ସେ ନିରନ୍ତର ଭାବେ କେନାଲ ଖୋଳିଥିଲେ। ଏଥିରେ କେହି ଜଣେ ବି ଗ୍ରାମବାସୀ ତାଙ୍କୁ ସହଯୋଗ କରିନାହାନ୍ତି। ଜୀବନଜୀବିକା ପାଇଁ ଗାଁର ଅନ୍ୟ ଲୋକମାନେ ନିୟମିତ ଜଙ୍ଗଲକୁ ଯାଉଥିବାବେଳେ ସେ କେନାଲ ଖୋଳିଥିଲେ ବୋଲି କହନ୍ତି ଲାଉଙ୍ଗି। କୋଥିଲାୱା ଗାଁକୁ ଚାରିପଟୁ ଜଙ୍ଗଲ ଘେରି ରହିଛି ଏବଂ ପାହାଡ଼ପର୍ବତ ଘେରା ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ମଧ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ମାତ୍ର ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଲାଉଙ୍ଗି ନିଜ ଲକ୍ଷ୍ୟପଥରୁ ଭ୍ରଷ୍ଟ ହୋଇ ନାହାନ୍ତି। କେନାଲ ଖୋଳିବା କାମରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ଲାଉଙ୍ଗିଙ୍କ ୩୦ ବର୍ଷର ପରିଶ୍ରମ ଫଳରେ ଏବେ ତାଙ୍କ ଗାଁର କ୍ଷେତକୁ ପାଣି ଆସିପାରିଛି। ବିଶେଷକରି ବର୍ଷାଦିନେ ପାହାଡ଼ରୁ ଗଡ଼ିଆସୁଥିବା ଜଳକୁ କେନାଲ ଦେଇ ନିଜ ଗାଁର କ୍ଷେତକୁ ସହଜରେ ପାଣି ଆଣି ପାରୁଛନ୍ତି। ଦିନ ଥିଲା, କୋଥିୱାଲା ଗାଁର ଲୋକଙ୍କ ପାଇଁ ପାଣି ସ୍ବପ୍ନ ଥିଲା। ଆଜି କିନ୍ତୁ ଗାଁ ଶସ୍ୟଶ୍ୟାମଳାରେ ଭରି ଉଠିଛି।

14/09/2020

Leave a Reply

Your email address will not be published. Required fields are marked *

Comments