Bikash Khabar
ଜନଗହଳି ସମ୍ପର୍କରେ ସୂଚନା ଦେବ ଆପ୍‌:ବିକଶିତ କରି ପ୍ରଶଂସା ସାଉଣ୍ଟିଛନ୍ତି ଓଡ଼ିଆ ଉଦ୍ୟୋଗୀ

ସାରା ବିଶ୍ୱରେ  କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ମାସ୍କ,ସାନିଟାଈଜ ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ହୋଇପଡ଼ିଛି। ତେବେ କେଉଁ ସ୍ଥାନରେ ଜନଗହଳି ରହିଛି ସେ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ଆପ୍ବିକଶିତ କରାଯାଇଛି। ଏକ୍ସପର୍ଟନେଷ୍ଟ କମ୍ପାନୀ ପକ୍ଷରୁ ଏହି ଆପ୍ତିଆରି କରାଯାଇଛି। ଏହାର ପ୍ରତିଷ୍ଠାତା ଏବଂ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ହେଉଛନ୍ତି ଜଣେ ଓଡ଼ିଆ। ସେ ହେଉଛନ୍ତି ଅରୁଣ କର। ଉଦ୍ୟୋଗୀ ଅରୁଣ ଏବେ ଏହି ଆପ୍ନେଇ ପୃଥିବୀରେ ବେଶ୍ଚର୍ଚ୍ଚାରେ ରହିଛନ୍ତି। ଏହି ଆପ୍କୁ ବିସିପି ବିଚ୍ଚେକ୍ଆପ୍ଭାବେ ନାମିତ କରାଯାଇଛି। ସାଧାରଣତଃ ଜୁନ୍ଠାରୁ ବିଟ୍ରେନ୍ରେ ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥାଏ। ବହୁ ପର୍ଯ୍ୟଟକ ଏହି ସମୟରେ ବୋର୍ନମାଉଥ୍, ଖ୍ରୀଷ୍ଟଚର୍ଚ୍ଚ ଏବଂ ପୋଲେ ଟୁରିଜିମ୍ରେ ଜମା ହୋଇଥାନ୍ତି। ତେବେ କରୋନା ସଂକ୍ରମଣ ଯୋଗୁ ସାମାଜିକ ଦୂରତା ପାଳନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆପ୍କୁ ଏହି ଅଞ୍ଚଳରେ ଶୁଭାରମ୍ଭ କରାଯାଇଛି। ୟୁଜର ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍ଷ୍ଟୋରରୁ ଏହାକୁ ସହଜରେ ଡାଉନଲୋଡ୍କରିପାରିବେ। ଆପ୍ଉପରେ କ୍ଲିକ୍କଲେ ଏହା ମ୍ୟାପ୍ସହାୟତାରେ କେଉଁ ସମୁଦ୍ର କୂଳରେ ଜନଗହଳି ଅଧିକ ରହିଛି ସେ ସମ୍ପର୍କରେ ତତ୍କ୍ଷଣାତ୍ସୂଚନା ଦେବାକୁ ସକ୍ଷମ ହୋଇ ପାରୁଛି। ସିଫ୍ରଣ୍ଟ୍ରେଞ୍ଜର, ସିସିଟିଭି ଏବଂ କିଛି ଫୁଟ୍ଫଲ୍କାଉଣ୍ଟରରୁ ଏହି ଆପ୍ଡାଟା ସଂଗ୍ରହ କରିଥାଏ ବୋଲି ବିସିପି କାଉନସିଲ୍ଲିଡର ଭିକ୍କି ସ୍ଲେଡ୍ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅରୁଣ ଭାରତୀୟ ସେନାରୁ ଅବସର ନେଇଛନ୍ତି। ସେ ଆଇଆଇଏମ୍ବେଙ୍ଗାଲୁରୁର ଜଣେ ପୂର୍ବତନ ଛାତ୍ର। ଏହା ସହିତ ସେ ଫୋର୍ବସ୍ବିଜନେସ୍କାଉନସିଲ୍ ଜଣେ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

27/07/2020

Leave a Reply

Your email address will not be published. Required fields are marked *

Comments