Bikash Khabar
କୋଭିଡ୍ କଟକଣାରେ ବି ରାଜ୍ୟରେ ବିକ୍ରି ହୋଇଛି ୯୦ ହଜାର ଗାଡି

 କୋଭିଡ୍ କଟକଣା ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିଛି। ଆର୍ଥିକ କାରବାର ତ୍ବରାନ୍ବିତ ହୋଇପାରୁନି। କିନ୍ତୁ ଏଭଳି ସ୍ଥିତିରେ ବି ରାଜ୍ୟରେ ନୂଆ ଗାଡ଼ି ବିକ୍ରି ପରିମାଣ ବ୍ୟବସାୟୀଙ୍କ ମଧ୍ୟରେ ଆଶା ସଂଚାର କରିଛି। କୋଭିଡ କଟକଣା ସମୟରେ ରାଜ୍ୟରେ ୯୦ ହଜାର ପାଖାପାଖି ନୂଆ ଗାଡ଼ି ବିକ୍ରି ହୋଇଥିବାବେଳେ ଏପ୍ରିଲରୁ ଜୁନ ଭିତରେ ବାବଦରେ ୧୫୯. କୋଟି ଟଙ୍କାର ରାଜସ୍ବ ଆଦାୟ କରିଛି ପରିବହନ ବିଭାଗ। ଯଦିଓ ପୂର୍ବ ବର୍ଷ ତୁଳନାରେ ଏହି ରାଜସ୍ବ ଏବଂ ଗାଡ଼ି ବିକ୍ରି ସଂଖ୍ୟା କମ ରହିଛି, କିନ୍ତୁ ମାନ୍ଦାବସ୍ଥା ସମୟରେ ଏହି ସଂଖ୍ୟା ଉତ୍ସାହଜନକ ବୋଲି ପରିବହନ ବିଭାଗ ଆକଳନ କରିଛି ସୂଚନା ଅନୁଯାୟୀ, ମାର୍ଚ୍ଚ ୨୪ରୁ ଲକଡାଉନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଗାଡ଼ି ଚଳାଚଳ ବନ୍ଦ ରହିବାରୁ ପୁରୁଣା ବସ୍ ଟ୍ରକ ମାଲିକ ମାସିକିଆ ତିନି ମାସିଆ ଗାଡ଼ି ଟିକସ ବି ଦେଇ ନପାରିବା ସ୍ଥିତିରେ ଗାଡ଼ିକୁ ଅଫରୋଡ୍ କରିଛନ୍ତି। ଫିଟନେସ୍, ଡିଏଲ ଏବଂ ଏନଫୋର୍ସମେଣ୍ଟ ପ୍ରକ୍ରିୟା ବି ବନ୍ଦ ରହିଛି। ଲକଡାଉନ ଏବଂ ସଟଡାଉନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କୁ ପରିବହନ ବିଭାଗ କର୍ମଚାରୀ ସହଯୋଗ କରିବା ଫଳରେ ଟିକସ ଆଦାୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇ ନାହିଁ। କିନ୍ତୁ ପରିବହନ କମିସନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ୨୦୨୦ ଏପ୍ରିଲରେ ୨୮.୬୬ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇ ପାରିଛି। ଯଦିଓ ୨୦୧୯ ଏପ୍ରିଲରେ ୧୬୬. କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ସେହିଭଳି ୨୦୨୦ ମେରେ ୩୫ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବାବେଳେ ୨୦୧୯ ମେରେ ଏହି ପରିମାଣ ଥିଲା ୧୦୫ କୋଟି ଟଙ୍କା।

24/07/2020

Leave a Reply

Your email address will not be published. Required fields are marked *

Comments