Bikash Khabar
ପ୍ରଶାସନ କହୁଛି ବନ୍ଦ ହୋଇଛି ବାଲ୍ୟବିବାହ,ତେଣେ ନିସଙ୍ଗ ଜୀବନ ଜିଉଁଛି ଗର୍ଭବତୀ ୧୪ ବର୍ଷର ନାବାଳିକା

କନ୍ଧମାଳ ବାଲ୍ୟ ବିବାହ ମୁକ୍ତ ବୋଲି ପ୍ରଶାସନ କହି ବୁଲୁଥିବା ବେଳେ ଅନେକ ନାବାଳିକା ବାହା ହୋଇ ଘରସଂସାର ବେଡି ପିନ୍ଧୁଥିବା ନଜରକୁ ଆସୁଛି ଏବେ  ପୁଣି ଜଣେ ୧୪ ବର୍ଷର ଝିଅ ଗର୍ଭବତୀ ଜଣାପଡିବା ପରେ ବାଲ୍ୟବିବାହ ସତ ସାମ୍ନାକୁ ଆସିଛି ସୁତ୍ରୁକୁମ୍ପା ଅଞ୍ଚଳ ଏହି  ନାବାଳିକା ଜଣକ ଏବେ  ମାସର ଗର୍ଭବତୀ ପୁଲିସ ଚାଇଲଡ ଲାଇନ ଟିମ୍ ସୁତ୍ରୁକୁମ୍ପାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ଯୁବକ ଫେରାର ହୋଇ ଥିବା ଜଣା ଯାଇଛି ଫେରାର ଅଭିଯୁକ୍ତର ଘର କନ୍ଧମାଳ ଜିଲାର ସୁଦୃକୁମ୍ପା ରେ ହୋଇଥିବା ବେଳେ ନାବାଳିକା ଝିଅଟିର ଘର ଗୋଛାପଡା ରେ ଉଭୟ ପରିବାର ଜାଣତରେ ପ୍ରଶାସନ କୁ ଲୁଚାଇ ଏହି ବିବାହ ଆୟୋଜିତ ହୋଇଥିଲା ଏବେ  ନାବାଳିକା ଜଣକ ମାସର ଗର୍ଭବତୀ ହେବାପରେ ଡାକ୍ତରଖାନା କୁ ଆସିବା ଦ୍ୱାରା ଘଟଣା ଟି ଲୋକଲୋଚନ କୁ ଆସିଲା ପ୍ରଶାସନ କାନରେ ପଡିଲା ଏବେ ଗର୍ଭବତୀ ଝିଅଟି ଯେଉଁ ସମୟରେ ପରିବାର ସ୍ନେହ,ଯତ୍ନ ଆଦର ତଥା ସୁରକ୍ଷା ପାଇଥାଆନ୍ତା ସେହି ସମୟରେ ସୁଧାର ହୋମ ରେ ନିସଙ୍ଗ ଜୀବନ ଜିଇଁବାକୁ ବାଧ୍ୟ ହେଉଛି ଏହି ଘଟଣାରେ ପ୍ରଶାସନ କୁ ଅନେକ ଦାୟୀ କରୁଛନ୍ତି

22/11/2020

Leave a Reply

Your email address will not be published. Required fields are marked *

Comments