Bikash Khabar
ବଳରାମଙ୍କ ରୋବଟ୍ କରୁଛି ସାନିଟାଇଜ୍ ସିଞ୍ଚନ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଭାଟକୁମରୁଡ଼ା ନିକଟ କନ୍ଦାଳପଲ୍ଲୀ ଗ୍ରାମର ମୂଳବାସିନ୍ଦା ବିଟେକ୍ ଛାତ୍ର ବଳରାମ ସାହୁଙ୍କ ମଲ୍ଟି ଫଙ୍କସନାଲ୍ ରୋବଟ୍ତଥା ସାନିଟାଇଜର୍ ରୋବଟ୍ଏବେ ଚର୍ଚ୍ଚାରେ। ଲକ୍ଡାଉନ୍ ସମୟର ସୁବିନିଯୋଗ କରି ପୂର୍ବରୁ ବଳରାମ ସ୍ବୟଂଚାଳିତ ହ୍ୟାଣ୍ଡ୍ସାନିଟାଇଜର୍ ଡିଭାଇସ୍ ନିର୍ମାଣ କରିଥିଲେ। ଏବେ ନିଜ ଜ୍ଞାନକୌଶଳ ଅଭିଜ୍ଞତାକୁ କାମରେ ଲଗାଇ ନିଜ ହାତରେ ଏକ ରୋବଟ୍ନିର୍ମାଣ କରିଛନ୍ତି।ଏହି ରୋବଟ୍ ବିଶେଷତ୍ବ ହେଉଛି, ଯଦି କେହି କରମର୍ଦ୍ଦନ ପାଇଁ ରୋବଟ୍ଟିକୁ ହାତ ବଢ଼ାଇବେ, ତାହେଲେ ଏହା ନିଜ ହାତ ଉପରକୁ କିମ୍ବା ତଳକୁ କରିଦିଏ। ଖାଲି ଏତିକି ନୁହେଁ, ତାକୁ ସ୍ପର୍ଶ କରିବାକୁ ଉଦ୍ୟତ ହେଲେ ମୁଣ୍ଡ ହଲାଇ ଥାଏ। କରମର୍ଦ୍ଦନ ବଦଳରେ ଗୋଟିଏ ହାତରୁ ସ୍ବୟଂଚାଳିତ ସାନିଟାଇଜର୍ ସିଞ୍ଚନ ହୋଇଥାଏ। ଏହା ରିମୋଟ୍ ଦ୍ବାରା ପରିଚାଳିତ। ରୋବଟ୍ଟି ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନକୁ ଯାଇପାରୁଛି। ଏଥିରେ ଖଞ୍ଜାଯାଇଥିବା କ୍ୟାମେରା ମଧ୍ୟ ଗୋଟିଏ ପଟରୁ ଅନ୍ୟ ପଟକୁ ଘୂରିଥାଏ। ୨ଟି ସଫ୍ଟୱେୟାର୍, ଅଲ୍ଟ୍ରାସୋନିକ୍ ସେନ୍ସର୍, ଆଇଆର୍ ସେନ୍ସର୍, ମୋଟର ଡ୍ରାଇଭ୍, ୩ଟି ସାଧାରଣ ମୋଟରକୁ ନେଇ ଗୋଟିଏ ସର୍ଭୋ, ଗୋଟିଏ ପମ୍ପିଙ୍ଗ୍ ମୋଟର, ଏଲ୍ଇଡ଼ି ଲାଇଟ୍ ସାନିଟାଇଜର୍ ଟ୍ୟାଙ୍କ୍ ସହିତ କିଛି କାର୍ଡ଼ବୋର୍ଡ଼ ଦ୍ବାରା ଏହି ରୋବଟ୍ପ୍ରସ୍ତୁତ। ରୋବଟ୍ ପଛପଟେ ଥିବା ଚାମ୍ବର୍ରୁ ପମ୍ପ୍ ଦ୍ବାରା ସାନିଟାଇଜର୍ ଉପରକୁ ଆସି ବହିଥାଏ।

01/06/2020

Leave a Reply

Your email address will not be published. Required fields are marked *

Comments