Bikash Khabar
ବାଉଁଶ ଭିତ୍ତିକ ଜୀବିକାର୍ଜନକୁ ନେଇ କର୍ମଶାଳା

ଭୁବନେଶ୍ୱରରେ ଖୁବ ଶିଘ୍ର ଓଡ଼ିଶା ବାଉଁଶ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଜେକେ କାଗଜର ସ୍ପର୍ଶ ଫାଉଣ୍ଡେସନ ଓ ନାବାର୍ଡ଼ର ମିଳିତ ସହଯୋଗରେ ଏହା ପ୍ରତିଷ୍ଠା ହେବ । ଏହି କେନ୍ଦ୍ରରେ ବାଉଁଶ ଉପରେ ଗବେଷଣା, ଆଲୋଚନା, ପର୍ଯ୍ୟାଲୋଚନା ଓ ବାଉଁଶ ସଂପର୍କିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ବୁଧବାର ସ୍ଥାନୀୟ ଏକ ହୋଟେଲ ଠାରେ ବାଉଁଶ ଅର୍ଥନୀତି, ଏହାର ଭବିଷ୍ୟତ ସଂପର୍କରେ  କରାଯାଇଥିବା ଏକ ଆଲୋଚନା ଚକ୍ରରେ ଏଭଳି ମତ ପ୍ରକାଶ ପାଇଛି ।

କର୍ମଶାଳାରେ ୫ଟି ବୈଷୟିକ ଅଧିବେଶନରେ ବାଉଁଶ ଶିଳ୍ପର ଉନ୍ନତି ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ଆମ ଜୀବନ ସହ ବାଉଁଶ କିଭଳି ଜଡ଼ିତ ରହିଛି  । ଏହି କ୍ଷେତ୍ରରେ ଜୀବନ ଜୀବିକାର ବିକାଶ ବାଉଁଶ ଭିତ୍ତିିକ ଉଦ୍ୟୋଗ ପ୍ରତିଷ୍ଠା, ବାଉଁଶ କ୍ଷେତ୍ରରେ କର୍ପୋରେଟ ପାଣ୍ଠି ବିନିଯୋଗ କିଭଳି ବୃଦ୍ଧି ହୋଇପାରିବ ସେ ନେଇ ରଣନୀତି ପ୍ରସ୍ତୁତି କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । କର୍ପୋରେଟ ସାମାଜିକ ଦାୟିତ୍ୱ କ୍ଷେତ୍ରରେ ବାଉଁଶର ଉପଯୋଗିତା ବଢିରେ ଏହି କ୍ଷେତ୍ରରେ ନୁଆ ନୁଆ ସମ୍ଭାବନା ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଥିଲା । ଏଥିରେ ପଙ୍କଜ ଆରୋରା, ହରିଶ ଦାସ, ନାବାର୍ଡ଼ର ସିଜିଏମ ଏ ଚନ୍ଦ୍ରଶେଖର ପ୍ରମୁଖ ଉପସ୍ଥିତ ଥିଲେ ।

21/03/2019

Leave a Reply

Your email address will not be published. Required fields are marked *

Comments