Bikash Khabar
ମୌସୁମୀ ପାଇଲେ ଡ଼ାକ୍ତରୀ ବୃତ୍ତି, ଏକଦା ଥିଲେ ବିଡ଼ି ଶ୍ରମିକ

କୋଲକାତା ନ୍ୟାସନାଲ ମେଡ଼ିକାଲ କଲେଜର ଛାତ୍ରୀ ମୌସୁମୀ ଖାତୁନଙ୍କୁ ନିକଟରେ ମିଳିଛି ଡା ଅମିୟା କୁମାର ବୋଷ ମୋମୋରିଆଲ ଆୱାର୍ଡ଼ ।
ଏମବିବିଏସ ପ୍ରଥମ ବର୍ଷର ଛାତ୍ରୀ ମୌସୁମୀ ଆଜି ଯେଉଁଠି ପହଂଚିଛନ୍ତି ତାହା ତାଙ୍କ ପାଇଁ ଏକ ସ୍ୱପ୍ନ ଭଳି ଥିବା ସେ କହନ୍ତି । ପଶ୍ଚିମବଙ୍ଗର ମୁର୍ସିଦାବାଦ ଗାଁର ବାସିନ୍ଦା ୧୯ ବର୍ଷିୟା ମୌସୁମୀ କିଛି ବର୍ଷ ତଳେ ନିଜ ପରିବାର ସହିତ ଏକ ବିଡ଼ି କାରଖାନାରେ ବିଡ଼ି ତିଆରି ଶ୍ରମିକ ଭାବେ ଜୀବନ ଜିଉଁଥିଲେ । ୧୦୦୦ ବିଡ଼ି ତିଆରି କଲେ ମିଳୁଥିଲା ଦେଢ ଶହ ଟଙ୍କା । ମୌସୁମୀ ଘର କାମ କରିବା ସାଙ୍ଗକୁ ଦିନକୁ ୮୦୦-୯୦୦ ବିଡ଼ି ତିଆରି କରିପାରୁଥିଲେ । ନିଜ ସ୍କୁଲରେ ଦଶମ ଓ ଦ୍ୱାଦଶରେ ଭଲ ମାର୍କ ରଖିଥିବା ମୌସୁମୀଙ୍କ ଡ଼ାକ୍ତର ହେବାକୁ ଥିଲା ସ୍ୱପ୍ନ । ସେ ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷା ଦେଲେ ଏବଂ ବିନା କୋଚିଂରେ ପ୍ରଥମ ପ୍ରୟାସରେ ଡ଼ାକ୍ତରୀ ପଢିବା ପାଇଁ ମନୋନୀତ ହୋଇଥିଲେ । କିନ୍ତୁ ପଢା ଖର୍ଚ୍ଚ କେଉଁଠୁ ଯୋଗାଡ଼ କରିବେ ସେ ଚିନ୍ତାରେ ଥିବାବେଳେ ସେ ଅମିୟା କୁମାର ବୋଷ ସ୍ମୃତି ସମ୍ମାନ ଓ ଫେଲୋସିପ ବିଷୟରେ ଜାଣି ଆବେଦନ କଲେ ।
ବହିଟିଏ କିଣିବାକୁ ନପାଇ ଅନ୍ୟଙ୍କ ଠାରୁ ମାଗି ପଢୁଥିବା ମୌସୁମୀଙ୍କ ସଂଘର୍ଷ କାହାଣୀ ଓ ସଫଳତାର ସୋପାନ ଗୁଡ଼ିକ ଅବଗତ ହେବା ପରେ ତାଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି । ବିଡ଼ି ଶ୍ରମିକ ମୌସୁମୀ ଏବେ ଡ଼ାକ୍ତରଟିଏ ହୋଇ ରୋଗୀଙ୍କ ସେବା କରିପାରିବେ ବୋଲି ଚାହୁଁଛନ୍ତି । 
 

06/09/2018

Leave a Reply

Your email address will not be published. Required fields are marked *

Comments