Bikash Khabar
ବେଙ୍ଗାଲୁରୁ ଭାରତର ସବୁଠୁ ସଂକୀର୍ଣ୍ଣ ସହର : ଅଧ୍ୟୟନ

ଲମ୍ବିଛି ଧାଡ଼ି । ଅଟକି ଯାଇଛି ଗାଡ଼ି ବସ୍ । ମନେ ହେଉଛି ଯେଭଳି ଠିଆ ହୋଇଯାଇଛି ସହର । କେବଳ ପିକଅପ୍ ସମୟ ନୁହେଁ ବରଂ ମଧ୍ୟାହ୍ନ ଓ ବିଳମ୍ବିତ ରାତିରେ ବାଙ୍ଗାଲୁର ସହରର ଦୃଶ୍ୟ ଠିକ୍ ଏମିତି ଭାବେ ଦେଖିବାକୁ ମିଳିଥାଏ । ଅଣନିଃଶ୍ୱାସୀ କରି ଦେଉଥିବା ଟ୍ରାଫିକ ବ୍ୟବସ୍ଥା ଉପରେ ଅଧ୍ୟୟନ କରି ଆମେରିକାର ଏକ ସଂସ୍ଥା ବେଙ୍ଗାଲୁରୁ ସହରକୁ ଭାରତର ସୁବୁଠୁ ସଂକୀର୍ଣ୍ଣ ସହର ବୋଲି ଦର୍ଶାଇଛି ।

ମୋବିଲିଟି ଆଣ୍ଡ କଞ୍ଜେସନ୍ ଇନ ଅର୍ବାନ ଇଣ୍ଡିଆ ନାମକ ଏକ ରିପୋର୍ଟରେ ଆମେରିକାର ନ୍ୟାସନାଲ୍ ବ୍ୟୁରୋ ଅଫ ଇକୋନୋମିକ ରିସର୍ଚ୍ଚ ନାମକ ଏକ ସଂସ୍ଥା ଦର୍ଶାଇଛି ଯେ ଭାରତର ପ୍ରମୁଖ ୨୦ଟି ଅଣ ଓସାରିଆ, ସଂକୀର୍ଣ୍ଣ ଓ ଜନ ବହୁଳ ସହର ଭିତରେ ବାଙ୍ଗାଲୁର ପ୍ରମୁଖ । ଟ୍ରାଫିକ ସ୍ପିଡ଼୍ ଦୃଷ୍ଟିରୁ କୋଲକତା ମନ୍ଥର ସହର ବୋଲି ଏହି ସଂସ୍ଥା କହିଛି ।
ଦେଶର ୧୫୪ଟି ସହରକୁ ଗୁଗୁଲ ମ୍ୟାପ୍ ଏବଂ ବାରମ୍ବାର ଯାତ୍ରାର ଅନୁଶୀଳନ କରି ଏହି ସୂଚନା ପ୍ରଦାନ କରାଯାଇଛି । ଏହି ସର୍ଭେରେ କାଲିଫର୍ଣ୍ଣିଆ ଓ ବାରକେଲେ ବିଶ୍ୱ ବିଦ୍ୟାଳୟର ଏକ ଗବେଷକ ଦଳ ନିୟୋଜିତ ହୋଇଥିଲେ । 
 

10/11/2018

Leave a Reply

Your email address will not be published. Required fields are marked *

Comments