Bikash Khabar
ପୁଲୱାମା ଆକ୍ରମଣର କଡ଼ା ବିରୋଧ, ୧୮ରେ ଭାରତ ବନ୍ଦ

ପାକିସ୍ଥାନୀ ପ୍ରାୟୋଜିତ ନୃଶଂସ ହତ୍ୟାର ନଜିର ହେଉଛି ପୁଲୱାମା ବିସ୍ପୋରଣ । ଏହି ଅମାନବିକ ବର୍ବର ହତ୍ୟାର ପ୍ରତିବାଦରେ ଆସନ୍ତା ୧୮ ରେ ସାରା ଦେଶର ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ବନ୍ଦ ରଖିବା ପାଇଁ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ବନ୍ଦ ରଖି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ପାକିସ୍ଥାନର ବର୍ବରତାର ଦୃଢ ପ୍ରତିବାଦ କରାଯିବ ।

ପାକିସ୍ଥାନ ସହ ସାମୁଦ୍ରିକ  ବାଣିଜ୍ୟ ବନ୍ଦ କରିବା ଘୋଷଣା କରାଯାଇଥିବାବେଳେ ମୋଷ୍ଟ ଫେବର୍ଡ଼ ନେସନର ମାନ୍ୟତା ପ୍ରତ୍ୟାହାର କରିଛି ଭାରତ । ପାକିସ୍ଥାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଶବାସୀ ସରକାରଙ୍କ ଉପରେ ଚାପ ପକାଉଥିବାବେଳେ ଆତଙ୍କବାଦୀମାନେ ଯେଉଁଠି ବି ଛପିଲେ ରକ୍ଷା ପାଇବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଚେତାବନୀ ଦେଇଛନ୍ତି ।
ସହୀଦଙ୍କୁ ସାରା ଦେଶ ଅଶ୍ରୃଳ ଶ୍ରଦ୍ଧାଞ୍ଜଳି ଜଣାଇଥିବାବେଳେ ଆତଙ୍କବାଦୀଙ୍କ ବିରୋଧରେ ପ୍ରଚଣ୍ଡ କ୍ରୋଧ ଜାହିର କରିଛି । ମୁମ୍ବାଇରେ ପାକ ବିରୋଧି ନାରା ସହ ସାଧାରଣ ଜନତା ଲୋକାଲ ଟ୍ରେନର ଚଳାଚଳ ବନ୍ଦ କରିଦେଇଛନ୍ତି ।

16/02/2019

Leave a Reply

Your email address will not be published. Required fields are marked *

Comments