Bikash Khabar
୩ଟି ପର୍ଯ୍ୟାୟରେ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ ହେବ ବିହାର ନିର୍ବାଚନ

ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ବିହାରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଅକ୍ଟୋବର ୨୮, ନଭେମ୍ବର ତାରିଖରେମତଦାତା ମତଦାନ କରିବେ। ଏହା ସହ ନଭେମ୍ବର ୧୦ରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୪ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ତୃତୀୟ ପର୍ଯ୍ୟାୟରେ ୭୮ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହେବ । କରୋନା ମହାମାରୀକୁ ଆଖି ଆଗରେ ରଖି ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ତାଙ୍କ କହିବା ମୁତାବକ, ନାମାଙ୍କନ ଏବଂ ଆଫିଡେଭିଟ୍ ଅନ୍ଲାଇନ୍ ରେ ହେବ ଏବଂ ଆରଓରେ ଦାଖଲ ହେବ।  ଏହା ସହ ଅନଲାଇନରେ ସୁରକ୍ଷା ଜମା ଦାଖଲ କରାଯାଇପାରିବ। ନାମାଙ୍କନପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କ ସହିତ ୨ଜଣ ବ୍ୟକ୍ତି ଆସି ପାରିବେ ଏବଂ ନିର୍ବାଚନ ପ୍ରଚାର ପାଇଁ କେବଳ ୫ଜଣ ଯାଇ ପାରିବେ

25/09/2020

Leave a Reply

Your email address will not be published. Required fields are marked *

Comments