Bikash Khabar
ଶତ୍ରୁ ଦେଶର ଜେଲରେ ୨୦ ବର୍ଷ,ଫେରୁଛନ୍ତି ଓଡ଼ିଆ ପୁଅ ବିରଜୁ କୁଲୁ

ଦିନେ ନୁହଁ କି ମାସେ ନୁହଁ ,ଦୀର୍ଘ ୨୦ ବର୍ଷ କାଳ ପାକିସ୍ତାନର ଲାହୋର ଜେଲର କାଳ କୋଠରି ରେ ନାରକୀୟ ଯାତନା ଭୋଗିବା ପରେ ମୁକ୍ତି ପାଇଁ ଗାଁକୁ ଫେରୁଛନ୍ତି ଓଡିଆ ପୁଅ ସୁନ୍ଦରଗଡ କୁତ୍ରାବ୍ଲକର ଜଙ୍ଗଲଟୋଲି ଗାଁ କୁ ଏବେ ମାଟିର ପୁଅ ବିରଜୁ ପାଇଁ ଘାରିଛି ଚିନ୍ତା ଏହି ଗାଁର ବିରଜୁ ଏବେ ଫେରୁଛନ୍ତି ଗାଁକୁ ତାଙ୍କୁ ଟିକେ ଦେଖିବା ଘଟଣା ବିଷୟରେ ଜାଣିବା ପାଇଁ ଉସ୍ଚୁକତା ସୃଷ୍ଟି ହୋଇଛି ୨୦ ବର୍ଷ ଧରି କିଭଳି ସେ କାଟିଛନ୍ତି ନିସଙ୍ଗ ଜୀବନ। କିଭଳି ସେ ମୁକୁଳିଲେ ତାକୁ ନେଇ ଲୋକେ ଶୁଣିବା ଦିନଠାରୁ ଉତ୍ତର ଖୋଜୁଛନ୍ତି ବିରଜୁ ଗାଁରେ ପହଁଚିଲେ ମିଳିଯିବ ସବୁ ପ୍ରଶ୍ନର ଉତ୍ତର

୨୦ ବର୍ଷ ତଳର କଥା ମାନସିକ ଅନଗ୍ରସର ଥିଲେ ବିରଜୁ  ତାଙ୍କୁ ୨୪-୨୫ ବର୍ଷ ହୋଇଥିବାବେଳେ ସେ ଘରୁ କୁଆଡେ ଚାଲିଯାଇଥିଲେ ପରିବାର ଲୋକେ ଅନେକ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଗ୍ରାମବାସୀ ପରିବାର ଲୋକେ ବିରଜୁ କୁ ଭୁଲିଯିବାକୁ ବସିଥିବାବେଳେ ଗତବର୍ଷ ତାଙ୍କ ଠିକଣା ଯାଞ୍ଚ ପାଇଁ କୁତ୍ରା ପୁଲିସ ବିରଜୁଙ୍କ ଘରେ ପହଞ୍ଚିଥିଲା ଏହା ପରେ  ଭୁଲରେ ସେ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ତାଙ୍କୁ ଭାରତର ଗୁପ୍ତଚର ଭାବି ପାକିସ୍ତାନ ସୈନ୍ୟମାନେ ଧରି ନେଇ ଲାହୋର ଜେଲରେ ରଖିଥିବା ଜଣା ପଡ଼ିଥିଲା। ସେଠି ସେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଗତ ଅକ୍ଟୋବର  ୨୬ ତାରିଖରେ ସେ ସେଠାରୁ ମୁକୁଳି ଥିଲେ ପାକିସ୍ତାନ ସୈନ୍ୟ ତାଙ୍କୁ ଭାରତକୁ ହସ୍ତାନ୍ତର କରିଥିଲେ ବିରଜୁ ପାକିସ୍ତାନରୁ ମୁକୁଳି  ଅମୃତସରରେ ପହଞ୍ଚିବା ପରେ ନାରାୟଣଗଞ୍ଜ ଗଡ ଠାରେ ଥିବା କୋଭିଡ ହସ୍ପିଟାଲରେ ଅଛନ୍ତି ସେଠାରୁ ସେ ନିଜ ଘରକୁ ଫେରିବେ ଫେରିବା ବ୍ୟବସ୍ଥା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଜଣାପଡିଛି ଏହି ୨୦ ବର୍ଷ ଭିତରେ  ତାଙ୍କ ବାପା ମାଙ୍କ ଦେହାନ୍ତ ହୋଇଛି। ଗାଁରେ କେବଳ ତାଙ୍କ କାକା ବଡବାପାଙ୍କ ପରିବାର ସଦସ୍ୟ ରହୁଥିବା ବେଳେ ବିରଜୁଙ୍କ ଏକ ମାତ୍ର ଭଉଣୀ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡା ଗ୍ରାମରେ ବିବାହ କରିଛନ୍ତି ଗାଁର ପୁଅ ଗାଁ ମାଟିକୁ ୨୦ ବର୍ଷ ପରେ ଫେରୁଥିବାରୁ ଗାଁରେ ଖୁସିର ମାହୋଲ ରହିଛି    ଭଉଣୀ ଭିଡିଓ କଲ କରି ଭାଇ ବିରଜୁ ସହ କଥା ହୋଇଛନ୍ତି 

02/11/2020

Leave a Reply

Your email address will not be published. Required fields are marked *

Comments