Bikash Khabar
ରେକର୍ଡ ରଚିଲେ ବିଠଲ ,୧ ମିନିଟ୍‌ରେ କଲେ ଗୀତାର ୧୩ ଶ୍ଳୋକ ଆବୃତ୍ତି

 ୧୬ ବର୍ଷ ବୟସ ରେ  ଶ୍ରୀମଦ୍ଭଗବତ ଗୀତାର ଶ୍ଳୋକ ଅନର୍ଗଳ ପ୍ରାଞ୍ଜଳ ଭାବେ ଆବୃତ୍ତି କରି ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁର ସହର ଗଜପତିନଗର ବାସିନ୍ଦା ବିଠଲ ସାହୁ ପୁସ୍ତକ ଦେଖି ସଂସ୍କୃତ କଠିନ ଶ୍ଳୋକ ମାନ ଅନବରତ ଆବୃତ୍ତି କରିପାରୁଛନ୍ତି ଏମିତିକି ଗୋଟିଏ ମିନିଟ୍ରେ ଗୀତାର ପଞ୍ଚଦଶ ଅଧ୍ୟାୟର ୧୩ଟି ଶ୍ଳୋକ ଆବୃତ୍ତି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ରେ ସ୍ଥାନ ପାଇଛନ୍ତି   ଏବେ ତାଙ୍କ ନିକଟକୁ  ଶୁଭେଚ୍ଛାର ସୁଅ ଛୁଟିଛି। ସଂସ୍କୃତ ଭାଷାରେ ରୁଚି ରଖୁଥିବାବେଳେ ଆଗକୁ ଗିନିଜ୍ ରେକର୍ଡ଼ ପାଇଁ ଆଗ୍ରହୀ ବ୍ରହ୍ମପୁର ଗଜପତି ନଗର ତୃତୀୟ ଲାଇନ୍ ସ୍ବର୍ଗତ ହୃଷିକେଶ ସାହୁ ସସ୍ମିତା ସାହୁଙ୍କ ଏକମାତ୍ର ସନ୍ତାନ ବିଠଲ୍ ବାପା ହୃଷିକେଶ ଅରୁଣାଚଳ ପ୍ରଦେଶରେ ବିବେକାନନ୍ଦ କେନ୍ଦ୍ରୀୟ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଥିଲେ। ବାପାଙ୍କ ପ୍ରେରଣାରେ ପିଲାଟି ଦିନରୁ ବିଠଲ୍ଙ୍କ ସଂସ୍କୃତ ପ୍ରତି ଆଗ୍ରହ ବଢ଼ିଥିଲା। ବାପା ଅନ୍ୟ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷା ଦେଉଥିବା ବେଳେ ସେଠାରେ ବସି ତାହାକୁ ଧ୍ୟାନରେ ଶୁଣୁଥିଲେ। ଭଗବତ୍ଗୀତା ପ୍ରତି ବିଠଲଙ୍କ ରୁଚି ଥିବା ଜାଣିବାକୁ ପାଇ ଗୀତାର ବିଭିନ୍ନ ଶ୍ଳୋକ ସମ୍ପର୍କରେ ବାପା ଜ୍ଞାନ ଦେଉଥିଲେ। ପ୍ରତିଦିନ ଶ୍ରୀମଦ୍ଭଗବତ ଗୀତା ପଢ଼ି ତାହାକୁ ଅଭ୍ୟାସ କରୁଥିଲେ। ଗୀତାର ଦ୍ବିତୀୟ, ନବମ, ଏକାଦଶ, ଦ୍ବାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ, ପଞ୍ଚଦଶ, ଷୋଡ଼ଶ ଅଷ୍ଟାଦଶ ମୋଟ ୯ଟି ଅଧ୍ୟାୟର ଶ୍ଳୋକ ମୁଖସ୍ଥ କରି ସାରିଛନ୍ତି। ଯେଉଁ ଶ୍ଳୋକ ଅର୍ଥ ବୁଝିପାରନ୍ତି ନାହିଁ ବାପାଙ୍କୁ ପଚାରି ବୁଝୁଥିଲେ। ପିତାଙ୍କ ଦେହାନ୍ତ ପରେ ଅଜା ମାତାଙ୍କୁ ଗୀତାର ମର୍ମ ବୁଝାଉଛନ୍ତି ପ୍ରେରଣା ଦେଉଛନ୍ତି।

15/11/2020

Leave a Reply

Your email address will not be published. Required fields are marked *

Comments