Bikash Khabar
ରାଜଧାନୀରେ ସରକାରୀ ଜମିକୁ ସୁରକ୍ଷା ଦେବ ‘ବ୍ଲୁଇସ୍‌’

ରାଜଧାନୀରେ ଥିବା ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷା ଦେବା ପାଇଁ ଟେକ୍ନୋଲୋଜିର ସହାୟତା ନେଇଛନ୍ତି ସରକାର। ଏଣିକି ସରକାରୀ ଜମିରେ ସାମାନ୍ୟ ଜବରଦଖଲ ହେଲେ, ସଙ୍ଗେ ସଙ୍ଗେ ସାଧାରଣ ପ୍ରଶାସନ ବିଭାଗ ନିକଟରେ ସୂଚନା ପହଞ୍ଚିଯିବ। ଟେକ୍ନୋଲୋଜିକୁ ପ୍ରୟୋଗ କରି ଏମିତି ଅଭିନବ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହାର ନାମ ରହିଛି ଭୁବନେଶ୍ବର ଲ୍ୟାଣ୍ଡ୍ୟୁଜ୍ ଇଣ୍ଟେଲିଜେନ୍ସ୍ସିଷ୍ଟମ୍‌ (ବ୍ଲୁଇସ୍‌)ସରକାରୀ ବ୍ୟବସ୍ଥାକୁ ଅଧିକ ଦକ୍ଷ ଲୋକାଭିମୁଖୀ କରିବା ପାଇଁ ଉଭୟ କର୍ମଚାରୀ ସାଧାରଣ ନାଗରିକଙ୍କ ପାଇଁ ବିଭିନ୍ନଟେକ୍ନୋଲୋଜି ଭିତ୍ତିକ ବ୍ୟବସ୍ଥା ଲାଗୁ କରାଯାଇଛି। ରାଜ୍ୟ ବାହାରେ ଭବନ ସଂରକ୍ଷଣ ଠାରୁ ଆରମ୍ଭ କରି ଲୋକସେବା ଭବନକୁ ପ୍ରବେଶ ପର୍ଯ୍ୟନ୍ତ, ପୁଣି କୋର୍ଟରେ ମାମଲାର ତଦାରଖ କରିବା କାର୍ଯ୍ୟ, ଏସବୁ ପାଇଁ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି।ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ସାଧାରଣ ପ୍ରଶାସନ ବିଭାଗର ଏହି ୮ଟି ଟେକ୍ନୋଲୋଜି ଭିତ୍ତିକ ସଲ୍ୟୁସନ୍ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଶାସନର ଗୁଣାତ୍ମକ ଉନ୍ନତି ଜନସେବାକୁ ସହଜ କରିବା କ୍ଷେତ୍ରରେ -ଟି ମଡେଲ୍ ମୋ ସରକାର ବେଶ୍ଫଳପ୍ରଦ ହୋଇଛି। ଭୁବନେଶ୍ବରରେ ସରକାରୀ ଜମିକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବାକୁ ଯାଉଛି। ଅନ୍ଲାଇନ୍ ମାଧ୍ୟମରେ ନାଗରିକମାନଙ୍କୁ ବିଭିନ୍ନ ସେବା ଠିକ୍ ସମୟରେେଯାଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହା ଫଳରେ ନାଗରିକମାନେ ଅଯଥାରେ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବେ ନାହିଁ। ସମସ୍ତ ଜନ ସେବାକୁ ଅନ୍ଲାଇନ୍ ମାଧ୍ୟମରେ ପ୍ରଦାନ କରିବାକୁ ବିଭାଗଗୁଡ଼ିକୁ ୨୦୨୦ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ତେବେ କୋଭିଡ୍ପାଇଁ ଏହି ସମୟସୀମାକୁ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

09/07/2020

Leave a Reply

Your email address will not be published. Required fields are marked *

Comments