Bikash Khabar
ବହି ବଦଳରେ କୋଡ଼ି କୋଦାଳ ,ପଢିବାକୁ ଯାଇ ଛାତ୍ର ସାଜୁଛନ୍ତି ଶିଶୁଶ୍ରମିକ

ସରକାର ଅନୁସୁଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ,କିନ୍ତୁ ଅନେଙ୍କ କ୍ଷେତ୍ର ରେ ମିଲୁନି ସଫଳ କେଉଁଠି ନାବାଳିକା  ଛାତ୍ରୀ  ଗର୍ଭବତୀ ହେଉଛି କେଉଁଠି ପାଠପଢା ବଦଳରେ ଦିଆଯାଉଛି ଯାତନା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି , ନୁଆଗାଁର ସରକାରୀ ଉଚ୍ଚ ବିଦ୍ୟାଳୟରେ। ଏହି ବିଦ୍ୟାଳୟଟି .ନୁଆଗାଁର ମୁଖ୍ୟ ରାସ୍ତା କଡରେ ଅବସ୍ଥିତ। ଉକ୍ତ ବିଦ୍ୟାଳୟଟିରେ ଜନଜାତି ସେବାଶ୍ରମ ମଧ୍ୟ ରହିଅଛି।ଏହି ସେବାଶ୍ରମରେ ରହିଥିବା ଛାତ୍ର ମାନଙ୍କୁ ଶାରୀରିକ ଯାତନା  ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ।   ସୂଚନା ଯୋଗ୍ୟ ଯେ ଏହି ବିଦ୍ୟାଳୟରେ ଛାତ୍ରମାନଙ୍କୁ ବିଦ୍ୟାଳୟ ସଫେଇ କାର୍ୟ୍ୟ ଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଘରୋଇ କାର୍ୟ୍ୟ ରେ ନିୟୋଜିତ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ହୋଇଛି ଡ୍ରେନ ସଫେଇ , ପାଇଖାନା  ଟାଙ୍କି ସଫେଇ   ଇଟା ଯୋଡେଇ କାର୍ୟ୍ୟ ରେ   ପିଲାମାନେ କାମ କରୁଥିବା  ଦେଖିବାକୁ ମିଳିଛି। ଏହି ବାବଦରେ କିଛି ଛାତ୍ର ଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ ଏହି କାମ କରିବାକୁ ପ୍ରଧାନ ଶିକ୍ଷକ କହିଛନ୍ତି   ପୋଖରୀକୁ ଶୌଚ ଲୁଗା ସଫାକରିବାକୁ ପିଲାମାନଙ୍କୁ ପଠାଯାଏ ବୋଲି ବିଦ୍ୟାର୍ଥୀ ମାନେ ଅଭିଯୋଗ କରିଛନ୍ତି ତୁରନ୍ତ ଜିଲ୍ଲା ପ୍ରଶାସନ ଦିଗରେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବୀ ହେଉଛି

24/02/2019

Leave a Reply

Your email address will not be published. Required fields are marked *

Comments