Bikash Khabar
ବ୍ରେନ ଡ଼େଡ଼ ଘୋଷିତ ୨ ବର୍ଷର ଶିଶୁ ବଂଚାଇଲା ୬ ଜୀବନ

ବ୍ରେନ ଟ୍ୟୁମରକୁ ନେଇ ସଂଘର୍ଷ କରୁଥିବା ୨ ବର୍ଷର ନିଜ ଶିଶୁକୁ ବଂଚାଇବା ପାଇଁ ପୁନେର ଏକ ଦମ୍ପତି ମୁମ୍ବାଇ ଆସିଥିଲେ । ହେଲେ ଡ଼ାକ୍ତର ଶିଶୁଟି ମସ୍ତିଷ୍କ-ମୃତ ବୋଲି ସୂଚନା ଦେବା ପରେ ଲୁହ ଓ କୋହଭରା ଏହି ଦମ୍ପତ୍ତି ଶିଶୁଟିର ଲିଭର, କିଡ଼ନୀ, ହାର୍ଟ ଏବଂ ଆଖି ଦାନ ଘୋଷଣା କରି ଜୀବନ ସହ ସଂଘର୍ଷ କରୁଥିବା ଆଉ ୬ଜଣଙ୍କ ମନରେ ଆଶା ଜଗାଇଛନ୍ତି । ମୃତପରେ ଶିଶୁଟି ସର୍ବ କନିଷ୍ଠ ଅଙ୍ଗଦାତା ଭାବେ କେବଳ ରେକର୍ଡ଼ରେ ସ୍ଥାନ ପାଇନି ବରଂ ଆଉ ୬ ଜଣଙ୍କ ଜୀବନ ଦାନରେ ଲାଗିପାରିଛି । ଥାନେର ଜୁପିଟର ହସ୍ପିଟାଲରେ ଲିଭର ପ୍ରତିରୋପଣ ଅପେକ୍ଷାରେ ଥିବା ୪ ବର୍ଷର ଆଉ ଜଣେ ଶିଶୁ ପାଇଁ ରକ୍ଷା କବଚ ସାବ୍ୟସ୍ତ ହୋଇଛି ।

ମୃତ ୨ ବର୍ଷର ଏହି ଶିଶୁର ଗୋଟିଏ କିଡ଼ନୀ ଲୀଳାବତୀ ହସ୍ପିଟାଲର ଜଣେ ରୋଗୀଙ୍କ ଜୀବନ ଦାନରେ ସହାୟକ ହୋଇଥିବାବେଳେ ଆଉ ଗୋଟିଏ କିଡ଼ନୀ ଗ୍ଲୋବାଲ ହସ୍ପିଟାଲରେ ଚିକିତ୍ସିତ ଆଉ ଜଣେ କିଡ଼ନୀ ରୋଗୀଙ୍କ ଆଶା ସଂଚାର କରାଇଛି । ମୁମ୍ବାଇ ସମୁଦ୍ର କୂଳେ କୂଳେ ଗ୍ରୀନ କରିଡ଼ର ସୃଷ୍ଟି କରାଯାଇ ଚେନ୍ନାଇର ଫୋର୍ଟିସ ହସ୍ପିଟାଲକୁ ପିଲାଟିର ହୃଦୟ ବିମାନ ଦ୍ୱାରା ଅଣାଯାଇଥିଲା । ଶୁକ୍ରବାର ଅପରାହ୍ନରେ ପିଲାଟିର ବ୍ରେନ ଡ଼େଡ଼୍ ଖବର ଶୁଣିବା ପରେ ତାର ପିତା ମାତା ତୁରନ୍ତ ଅଙ୍ଗଦାନ ପାଇଁ ସମ୍ମତ୍ତି ଦେଇଥିଲେ ।

11/02/2019

Leave a Reply

Your email address will not be published. Required fields are marked *

Comments