Bikash Khabar
ବାଇଗଣ ଚାଷରୁ ଛତିଶଗଡ଼ର ଚାଷୀ ପାଉଛନ୍ତି ବର୍ଷକୁ ୧୦ ଲକ୍ଷ ଟଙ୍କାର ରୋଜଗାର

  ଛତିଶଗଡ଼ର ଚାଷୀମାନେ ବାଇଗଣ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ଆୟ କରୁଥିବା ଭଳି ଏକ ସୁସମ୍ବାଦ ସାମ୍ନାକୁ ଆସିଛି । କେତେକ ଚାଷୀ ଏକ ଏକର ଜମିରେ ୪୦ ହଜାର ଟଙ୍କା ପୁଞ୍ଜି ଖଟାଇ ପାଂଚ ଲକ୍ଷ ଟଙ୍କାର ଆୟ ପାଇଛନ୍ତି ।

ଛତିଶଗଡ଼ ସରକାର ସୁଜଳା ଯୋଜନାରେ ଜଳସେଚନର ବ୍ୟବସ୍ଥା କରିଦେବା ଫଳରେ କେତେକ ଚାଷୀ ଉନ୍ନତ ପ୍ରଣାଳୀର ପନିପରିବା ଚାଷ ଆରମ୍ଭ କରି  ନିଜର ଛଣ ଛପର ଘରକୁ କୋଠାଘରର ରୂପ ଦେଇଛନ୍ତି । କଂଚନପୁର ଗାଁର ଚାଷୀ ହିଟଲର ପ୍ରଧାନଙ୍କ ବାଇଗଣ ଚାଷ ବାର୍ଷିକ ୧୦ ଲକ୍ଷ ଟଙ୍କାର ଆୟ ଦେଇଛି ।

ଦିନେ କଂଚନପୁରର ଚାଷୀମାନେ ଜୀବିକା ପାଇଁ ପଡ଼ୋଶୀ ରାଜ୍ୟକୁ ଯାଉଥିଲେ । ଏବେ ନିଜ ଗାଁରେ ପନିପରିବା ଚାଷ କରି ଦୁଇ ପଇସା ରୋଜଗାରର ବାଟ ବାହାର କରିଛନ୍ତି । ପ୍ରେରଣାଦାୟୀ ହୋଇଛି ହିଟଲର ପ୍ରଧାନଙ୍କ ବାଇଗଣ ଚାଷ । କଂଚନପୁରର ଚାଷୀମାନେ ଏବେ ପାରମ୍ପରିକ ଧାନ ଗହମ ଛାଡ଼ି କଲରା, ଲଙ୍କା, ପିଆଜ, ଧନିଆ, ପୋଟଳ, ଭେଣ୍ଡି ଆଦି ଚାଷରେ ମନ ଦେଉଛନ୍ତି । ଗାଁରୁ ଅଧିକ ପରିବା ଉତ୍ପାଦନ ହେଉଥିବାରୁ ଟ୍ରକ ଆସି ନେଇଯାଉଛି । ପରିବା ଚାଷ ବଦଳାଇ ଦେଇଛି ଗାଁର ଭାଗ୍ୟ । ଚାଷୀ ଟଙ୍କାର ଫସଲ କାଟୁଛନ୍ତି । ବୈକୁଣ୍ଠପୁର ଏବଂ ଗରିଆବନ୍ଦରେ ଚାଷୀମାନଙ୍କ ଜଳସେଚନ ପାଇଁ ସୌରଚାଳିତ ପମ୍ପ ଯୋଗାଇ ଦିଆଯାଇଛି । ୧୫ ହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ୩ ଏଚପିର ସୋଲାର ପମ୍ପ ଲଗାଇଛି । ୨-୩ ଏକର ଜମିରେ ସେଚ ସୁବିଧା ହୋଇପାରୁଛି । ବୈକୁଣ୍ଠପୁର ବ୍ଲକ ଡ଼ୁମୁରିଆର ଚାଷୀ ସହେବା ରାମଙ୍କ ଜୀବନକୁ ବଦଳାଇ ଦେଇଛି ସୁଜଳା ଯୋଜନା । ଗରିୟାବନ୍ଦ ଜିଲ୍ଲାରେ ସୋଲାର ପମ୍ପରେ ପନିପରିବା ଚାଷ ୨୪୫୬ ଚାଷୀଙ୍କୁ ଜୀବିକା ଦେଇଛି । ସହେବାରାମ ଓ ହିଟଲର ପ୍ରଧାନ ଚାଷୀମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । 

03/09/2018

Leave a Reply

Your email address will not be published. Required fields are marked *

Comments