Bikash Khabar
ରାଜଧାନୀର ୧୦୦ ଯାଗାରେ ହେବ ବସ୍ ରହଣୀ ସ୍ଥଳ, ୫୦ରେ ଆରମ୍ଭ ହୋଇଗଲାଣି କାମ

ସ୍ମାର୍ଟ ସିଟି ଭୁବନେଶ୍ୱରର ସାର୍ବଜନୀନ ଯାତାୟତ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଫଳପ୍ରଦ କରାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି ।
ପୁରୁଣା ବସ୍ ରହଣୀ ସ୍ଥାନ ଗୁଡ଼ିକୁ ଭଙ୍ଗାଯାଇ ନୁଆ ଓ ଆଧୁନିକ ଢାଂଚାରେ ନିର୍ମାଣ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବସ୍ ରହଣୀ ସ୍ଥଳ ଗୁଡ଼ିକରେ ବିଭିନ୍ନ ପ୍ରକାର ସୂଚନାଫଳକ ସହିତ ବସର ସମୟ ନିର୍ଘଣ୍ଟ , ମୋବାଇଲି ଚାର୍ଯ୍ୟ ସୁବିଧା ଓ ଅନ୍ୟାନ୍ୟ ସେବା ଉପଲବ୍ଧ ରହିବ ।
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ବୋର୍ଡ଼ ବୈଠକରେ ୨୧.୨୦ କୋଟି ଟଙ୍କା ଏହି ସବୁ କାମ ପାଇଁ ମଞ୍ଜୁର କରାଯାଇଛି । ସହରର ୨୦୦ ସ୍ଥାନରେ ଏହି ଅତ୍ୟାଧୁନିକ ବସ୍ ସେଲଟର ତଥା ରହଣୀ ସ୍ଥଳ କରାଯିବ ।
ବସ୍ ରହଣୀ ସ୍ଥଳ କରିବା ପାଇଁ ଜେଏସଏଲ ଲାଇଫ ଷ୍ଟାଇଲ ଲିମିଟେଡ଼କୁ ଦାୟିତ୍ୱ ଦିଆଯାଇଛି । ଏହି କମ୍ପାନୀ ସହରର ବିଭିନ୍ନ ସ୍ଥାନରେ ବସ୍ ରହଣୀ ସ୍ଥଳ ନିର୍ମାଣ ଆରମ୍ଭ କରିଦେଇଛି । ୫୦ଟି ସ୍ଥାନରେ ଫାଉଣ୍ଡେସନ କାମ ସରି ଯାଇଥିବାବେଳେ ଅବଶିଷ୍ଟ ୫୦ଟି ପ୍ରସ୍ତାବିତ ବସ୍ ରହଣୀ ସ୍ଥାନର ନିର୍ମାଣ ଖୁବ ଶିଘ୍ର ଆରମ୍ଭ ହେବ । 
 

12/09/2018

Leave a Reply

Your email address will not be published. Required fields are marked *

Comments