Bikash Khabar
ଆଗାମୀ 2021 ସୁଦ୍ଧା ଭାରତୀୟଂକୁ ମିଳିଯିବ ଟୀକା -ପୁନାୱାଲା

ଆଗାମୀ ୨୦୨୧ ଫେବ୍ରୁଆରି ସୁଦ୍ଧା ଲୋକଙ୍କୁ କୋଭିଡ୍ଟିକା ମିଳିଯିବ ବୋଲି ସିରମ୍ଇନ୍ଷ୍ଟିଚ୍ୟୁଟ୍ଅଫ୍ଇଣ୍ଡିଆ  ସିଇଓ ଆଦର ପୁନାୱାଲା କହିଛନ୍ତି। ସିରମ୍ଇନ୍ଷ୍ଟିଚ୍ୟୁଟ୍ପ୍ରସ୍ତୁତ ଟିକାର ଦୁଇଟି ମାତ୍ରାର ମୂଲ୍ୟ ପାଖାପାଖି ୧୦୦୦ ଟଙ୍କା ରହିବ। ତେବେ ଟିକାର ଚୂଡ଼ାନ୍ତ ପରୀକ୍ଷଣ ଫଳାଫଳ ଏବଂ ନିୟାମକ ମଞ୍ଜୁରୀ ପରେ ପ୍ରକୃତ ମୂଲ୍ୟ ସ୍ପଷ୍ଟ ହେବ ବୋଲି ପୁନାୱାଲା କହିଛନ୍ତି। ଅପରପକ୍ଷେ, ଭାରତ ସରକାରଙ୍କୁ ଟିକା କମ୍ମୂଲ୍ୟରେ ଯୋଗେଇ ଦିଆଯିବ। ଭାରତ ଅଧିକ ମାତ୍ରାରେ ଟିକା କିଣିବାକୁ ଯୋଜନା କରିଥିବାରୁ ଅପେକ୍ଷାକୃତ ଶସ୍ତାରେ ପାଇପାରିବ ବୋଲି ପୁନାୱାଲା କହିଛନ୍ତି। ୨୦୨୧ ଏପ୍ରିଲ୍ସୁଦ୍ଧା ଭାରତୀୟଙ୍କୁ ଟିକା ମିଳିଯିବ ଏବଂ ୨୦୨୪ ବେଳକୁ ସମସ୍ତ ଭାରତୀୟଙ୍କୁ ଟିକାକରଣ କରାଯାଇ ପାରିଥିବ ବୋଲି ପୁନାୱାଲା ଦୃଢୋକ୍ତି ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ଭାରତକୁ ଟିକାକରଣ କରିବାକୁ ପାଖାପାଖି ଦୁଇରୁ ତିନି ବର୍ଷ ଲାଗିଯିବ। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାର ଚୂଡ଼ାନ୍ତ ପରୀକ୍ଷଣ ବେଶ୍ସଫଳ ହୋଇପାରିଛି ଏବଂ ବୟସ୍କ ଲୋକଙ୍କ ଶରୀରରେ ଏହା ଫଳପ୍ରଦ ହୋଇଛି। ନିରାପତ୍ତା ଦୃଷ୍ଟିକୋଣରୁ ଆମେ ନିୟାମକ ଅନୁମତିକୁ ଅପେକ୍ଷା କରିଛୁ ବୋଲି ପୁନାୱାଲା କହିଛନ୍ତି।

21/11/2020

Leave a Reply

Your email address will not be published. Required fields are marked *

Comments