Bikash Khabar
୯୯୯ ଟଙ୍କାରେ ବିମାନ ଯାତ୍ରା, ଆଜିଠୁ ୪ ଦିନ ପାଇଁ ଏ ସୁବିଧା ଦେଉଛି ଇଣ୍ଡିଗୋ

 ଦେଶର ସବୁଠୁ ବଡ଼ ବିମାନ କମ୍ପାନୀ ଇଣ୍ଡିଗୋ ନିଜର ୧୦ ଲକ୍ଷ ସିଟର ସେଲ ଆରମ୍ଭ କରିଛି । ଏହା ଅନୁଯାୟୀ ଟିକଟର ମୂଲ୍ୟର ୯୯୯ ଟଙ୍କାରୁ ଆରମ୍ଭ ହେଉଛି । ସୀମିତ ସମୟ ପାଇଁ ଏହି ସେଲରେ ଗୋଟିଏ ପଟର ବିମାନ ଭଡ଼ା ବାବଦକୁ ୯୯୯ ଟଙ୍କା ଯାତ୍ରୀ ଭଡ଼ା ଧାର୍ଯ୍ୟ କରାଯାଇଥିବା କମ୍ପାନୀ କହିଛି ।

ଏଥିରେ ଗ୍ରାହକ ଇଣ୍ଡିଗୋର ନେଟୱାର୍କର କୌଣସି ବି ସ୍ଥାନ ପାଇଁ ଟିକେଟ କାଟି ପାରିବେ । ଆଜି ଠାରୁ ଏହି ସେଲ ଆରମ୍ଭ ହୋଇଛି ଓ ଏହା ସେପ୍ଟେମ୍ବର ୬ ଯାଏ ଚାଲିବ । ଯାତ୍ରୀମାନେ ସେପ୍ଟେମ୍ବର ୧୮,୨୦୧୮ ଠାରୁ ମାର୍ଚ୍ଚ ୩୦,୨୦୧୯ ପର୍ଯ୍ୟନ୍ତ ଯାତ୍ରା କରିପାରିବେ । 

03/09/2018

Leave a Reply

Your email address will not be published. Required fields are marked *

Comments