Bikash Khabar
ଦିବ୍ୟାଙ୍ଗ ବିଦ୍ୟାର୍ଥି ଉପକୃତ ହେବେ, ସିବିଏସଇ ଆଣୁଛି ପାଠ୍ୟକ୍ରମରେ ବୈପ୍ଲବିକ ପରିବର୍ତ୍ତନ

ସିବିଏସଇ ପକ୍ଷରୁ ଦିବ୍ୟାଙ୍ଗ ବିଦ୍ୟାର୍ଥିଙ୍କ ପାଇଁ ବୈପ୍ଲବିକ ପରିବର୍ତ୍ତନ ସଂପର୍କିତ ପ୍ରସ୍ତାବ ପ୍ରସ୍ତୁତ ହେଉଛି । ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ରେଲକୁ ବିଷୟ ଭାବେ ଗ୍ରହଣ କରିବା, କମ୍ପ୍ୟୁଟର ଆଧାରିତ ଟେଷ୍ଟ ଦେବା, ବିଦ୍ୟାଳୟକୁ ଦୈନିକ ଆସି ଉପସ୍ଥାନ ଦେବାର ବାଧ୍ୟବାଧ୍ୟକତାରୁ ମୁକ୍ତି ଦେବା ଦିଗରେ ଏହି ପ୍ରସ୍ତାବରେ ଦର୍ଶାଯାଇଛି । ସେଣ୍ଟ୍ରାଲ ବୋର୍ଡ଼ ଅଫ ସେକେଣ୍ଡାରୀ ଏଡ଼ୁକେଶନ ପକ୍ଷରୁ କୁହାଯାଇଛି ଯେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ଦିଗ ଗୁଡ଼ିକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବର ଚିଠା ପ୍ରସ୍ତୁତ କରାଯାଇଛି ଓ ଏଥିରେ ମତାମତ ଦେବା ପାଇଁ ଆହ୍ୱାନ କରାଯାଇଛି । 
ମାନବ ସମ୍ବଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବିଶେଷ ଆବଶ୍ୟକତା ଲୋଡ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡିଆନ ସାଇନ ଲାଙ୍ଗୁଏଜକୁ ପାଠ୍ୟକ୍ରମରେ ସାମିଲ କରାଯିବାକୁ ଚିଠା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ।
କ୍ୟାନସର ଭଳି ଜଟିଳ ରୋଗରେ ପୀଡ଼ିତ ଏବଂ ଗୁରୁତର ଶାରୀରିକ ଅକ୍ଷମତା ଭୋଗୁଥିବା ଛାତ୍ରଙ୍କୁ ନିୟମିତ ସ୍କୁଲକୁ ଆସି ଉପସ୍ଥାନ ଦେବା ଆବଶ୍ୟକତା ପଡ଼ିବନି । ଅନଲାଇନ ଟେଷ୍ଟ ଦେଇ ସେମାନେ ନିଜର ସଫଳତା ଦର୍ଶାଇ ପାରିବେ । 
 

19/09/2018

Leave a Reply

Your email address will not be published. Required fields are marked *

Comments