Bikash Khabar
ସହର ସାରା ଲାଗିବ ସିସିଟିଭି, ପ୍ରଥମ ପର୍ଯ୍ୟାୟରେ ୩୦୦, ୧.୪ ଲକ୍ଷ ପାଇଁ ରହିଛି ଯୋଜନା

ଜାତୀୟ ରାଜଧାନୀ ଦିଲ୍ଲୀରେ ମହିଳା ସୁରକ୍ଷାକୁ ନେଇ ନିର୍ବାଚନୀ ପ୍ରତିଶୃତି ଦେଇଥିବା ଆମ୍ ଆଦମୀ ପାର୍ଟି ସରକାର ମହାନଗରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ସହର ସାରା ଲାଗିବା ପୂର୍ବରୁ ନମୁନା ସ୍ୱରୂପ ୩-୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୦୦ ସିସିଟିଭି ଲଗାଇବାର କାମ ଆରମ୍ଭ କରିଛନ୍ତି । ଦିଲ୍ଲୀ ସହରରେ ୧.୪ ଲକ୍ଷ ସିସିଟିଭି ଲଗାଯିବା ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି ।

ସହରର ସମ୍ବେଦନଶୀଳ ସ୍ଥାନ ଗୁଡ଼ିକ ଚିହ୍ନଟ ପ୍ରକ୍ରିୟା ଚାଲିଛି । ୭୦ ବିଧାନସଭା ଅଂଚଳରେ ୧.୪ ଲକ୍ଷ କ୍ୟାମେରା ପାଇଁ କଣ୍ଟ୍ରାକ୍ଟ ସାଇନ ସରିଛି । ୧.୪ ଲକ୍ଷ ସିସିଟିଭି ଲଗାଇବା ବାବଦକୁ ୩୨୨ କୋଟି ଓ ତଦାରଖ ତଥା ୫ ବର୍ଷର ରକ୍ଷଣାବେକ୍ଷଣ ଓ ସମୁଦାୟ ଖର୍ଚ୍ଚ ୫୭୧ କୋଟି ଟଙ୍କା ଏହି ପ୍ରକଳ୍ପରେ ଖର୍ଚ୍ଚ ହେବ । ୨୦୧୫ରେ ସରକାରକୁ ଆସିବା ପୂର୍ବରୁ ଆପର ଏହା ଥିଲା ସବୁଠୁ ବଡ଼ ନିର୍ବାଚନୀ ପ୍ରତିଶୃତି । ନିର୍ଭୟା ଘଟଣା ପରେ ଦିଲ୍ଲୀର ଆଇନ ଶୃଙ୍ଖଳାକୁ ନେଇ ଉଠିଥିବା ପ୍ରଶ୍ନ ଆଧାରରେ ସିସିଟିଭି ଲଗାଇବା ପାଇଁ ବିଭିନ୍ନ ମହଲରୁ ଦାବୀ ହୋଇଥିଲା । 
 

12/11/2018

Leave a Reply

Your email address will not be published. Required fields are marked *

Comments