Bikash Khabar
କଟକ ପରିମଳ ଚିନ୍ତା, ଏବେ ଘରକୁ ଘର ଆବର୍ଜନା ସଂଗ୍ରହ

ହଜାର ବର୍ଷର ଐତିହ୍ୟ ସହରରେ କୁଢ କୁଢ ଆବର୍ଜନା । କଠିନ ବର୍ଜ୍ୟର ପାହାଡ଼ ସହରବାସିନ୍ଦାଙ୍କୁ ଅଣନିଃଶ୍ୱାସୀ କରି ପକାଇଛି । ବର୍ଜ୍ୟ ପରିଚାଳନାରେ ସାଂଘାତିକ ବିଫଳ ହୋଇଥିବା ସିଏମସି ଏବେ ଘରକୁ ଘର ଆବର୍ଜନା ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି ।

କଟକ ମହାନଗର ନିଗମରେ ରହିଛି ୫୯ଟି ୱାର୍ଡ଼ । ଏହି ସବୁ ୱାର୍ଡ଼ର ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ ହେବ । ୯ ନମ୍ବର ୱାର୍ଡ଼ରୁ ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ ହେବାକୁ ଯାଉଛି । ଏହି ୱାର୍ଡ଼ରେ ଘରୁ ଆବର୍ଜନା ଠିକ୍ ଢଙ୍ଗରେ ପରିଚାଳିତ ହେଲେ ଅନ୍ୟାନ୍ୟ ୱାର୍ଡ଼ରେ କାମ ଆରମ୍ଭ ହେବ ।
ସହରର ସଫେଇ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ । ସିଏମସିର ପରିମଳ ଟେଣ୍ଡରକୁ ରାଜ୍ୟସରକାର ବାତିଲ କରିବା ପରେ ପୁନଃ ଟେଣ୍ଡର ବିଳମ୍ବିତ ହେବାରେ ଲାଗିଛି । ସହରର ସଫା ଦାୟିତ୍ୱକୁ ଘରୋଇ ସଂସ୍ଥା ଠିକ୍ ଭାବେ ତୁଲାଉନି । ମାସିକ ଦେଢ କୋଟି ଟଙ୍କାର ଫାଇଦା ଏହି ସଂସ୍ଥା ପାଉଥିବାବେଳେ ସହରବାସୀ କୁଢ କୁଢ ଆବର୍ଜନା ସହିତ ରହିବାକୁ ବାଧ୍ୟ ହେଉଛନ୍ତି ।
ପ୍ରତ୍ୟେକ ଦିନ ଜଣେ ସଂଗ୍ରହକାରୀ ହୁଇସିଲ ମାରି ଆବର୍ଜନାକୁ ନେବେ । ସେଗୁଡ଼ିକୁ ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ରକୁ ପଠାଯିବ । ସକାଳ ୬ରୁ ୧୧ଟା ମଧ୍ୟରେ ବର୍ଜ୍ୟ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।

05/03/2019

Leave a Reply

Your email address will not be published. Required fields are marked *

Comments