Bikash Khabar
ଦେଶରେ ପ୍ରଥମ, କେନ୍ଦୁଝରରେ ଟ୍ରାଫିକ ନିୟମ ପାଳନକାରୀଙ୍କୁ ମିଳୁଛି ଟଙ୍କା ଓ ପ୍ରଶଂସା ପତ୍ର

ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଆର୍ଥିକ ଦଣ୍ଡ ପ୍ରଦାନ କରାଯାଉଛି । କିନ୍ତୁ ନିୟମ ପାଳନକାରୀଙ୍କୁ କେଉଁଠି ପ୍ରଶଂସାପତ୍ର କି କ୍ୟାସ ଆୱାର୍ଡ଼ ଦିଆଯିବାର ନିୟମ ନଥିବାବେଳେ କେନ୍ଦୁଝର ଏ ଦିଗରେ ଦେଶରେ ପ୍ରଥମ କରି ଏ ସଂପର୍କିତ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଛି ।

ଶନିବାର ଦିନ ସହରରେ  ଟ୍ରାଫିକ ନିୟମ ପାଳନ କରୁଥିବା ୫୦ ଭଲ ଚାଳକଙ୍କୁ ଖୋଜି ବାହାର କରିଛି କେନ୍ଦୁଝର ପୋଲିସ । ସେମାନଙ୍କୁ ନଗଦ ଅର୍ଥ ପ୍ରଦାନ କରାଯିବା ସହିତ ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସଡ଼କ ସୁରକ୍ଷା ସପ୍ତାହ ପକ୍ଷ ପାଳନକୁ ନେଇ ଦେଶରେ ନୁଆ ନୁଆ ପ୍ରୟାସ ଜାରୀ ରହିଥିବାବେଳେ କେନ୍ଦୁଝରର ଏଭଳି ପ୍ରୟାସକୁ ସାଧୁବାଦ ଜଣାଯାଇଛି । କେନ୍ଦୁଝର ଏସପି ଜୟନାରାୟଣ ପଙ୍କଜ କହିଛନ୍ତି ଯେ ଭଦ୍ର ଡ଼୍ରାଭଇର ସୃଷ୍ଟି ଦିଗରେ କେନ୍ଦୁଝର ପ୍ରଶାସନ ଅତୀତରେ ଅନେକ ପଦକ୍ଷେପ ନେଇଛି ।

11/02/2019

Leave a Reply

Your email address will not be published. Required fields are marked *

Comments