Bikash Khabar
ଚାଇନା ବୈଜ୍ଞାନିକଙ୍କ ଉଦ୍ୟମ, ଆକାଶରେ ଝଲସିବ ଆଉ ଏକ ଜହ୍ନ

ଖୁବ ଶିଘ୍ର ଆକାଶରେ ଦେଖିବାକୁ ମିଳିବ ଦ୍ୱିତୀୟ ଜହ୍ନ । ଏହା ପ୍ରକୃତ ଜହ୍ନ ଠାରୁ ୮ ଗୁଣ ଉଜ୍ଜ୍ୱଳ ଆଲୋକ ପ୍ରଦାନ କରିବ । ୫୦ ମାଇଲ ବ୍ୟାସ ବିଶିଷ୍ଟ ଅଂଚଳକୁ ଆଲୋକିତ କରିବାରେ ସକ୍ଷମ ହେବ । ଏହି କୃତ୍ରିମ ଚନ୍ଦ୍ରାଲୋକ ଏକ ନିର୍ଦ୍ଦିଷ୍ଟ ସହରର ଅନ୍ଧାକାରକୁ ଦୂରୀଭୂତ କରିବା ସହ ଜୀବଜଗତ ଉପରେ କୌଣସି କୁପ୍ରଭାବ ପକାଇବ ନାହିଁ ବୋଲି ହାରବିନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଅଧିନସ୍ଥ ଇନଷ୍ଟିଚ୍ୟୁଟ ଅଫ ଅପ୍ଟିକ୍ସ ନିର୍ଦ୍ଦେଶକ ୱାଙ୍ଗ ୱେମିନ କହିଛନ୍ତି ।
ଆକାଶରେ ଦ୍ୱିତୀୟ ଜହ୍ନ ଛାଡ଼ିବାକୁ ଚାଇନାର ବୈଜ୍ଞାନିକମାନେ ଦୀର୍ଘଦିନ ଧରି ପ୍ରୟାସ ଜାରି ରଖିଛନ୍ତି । ୨୦୨୦ ସୁଦ୍ଧା ଏହା ସଫଳ ହେବ ବୋଲି କୁହାଯାଇଛି । ଏହି ନକଲି ଜହ୍ନ ଏକ ଆଲୋକ ଉପଗ୍ରହ ଭଳି କାର୍ଯ୍ୟ କରିବ ଏବଂ ଷ୍ଟ୍ରିଟ ଲାଇଟର ବିକଳ୍ପ ହେବ । ଏରୋସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମାଇକ୍ରୋ ଇଲେକ୍ଟ୍ରୋନିକସ ସିଷ୍ଟମ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଧ୍ୟକ୍ଷ ଏଭଳି ସୂଚନା ଦେଇଛନ୍ତି । 
 

22/10/2018

Leave a Reply

Your email address will not be published. Required fields are marked *

Comments