Bikash Khabar
ଲକଡାଉନ ସମୟରେ କମିଛି ଶିଶୁ ନିର୍ଯ୍ୟାତନା

 ଲକ୍ଡାଉନ୍ସମୟରେ ଶିଶୁ ନିର୍ଯାତନା ହାର କମିଛି। ସମଗ୍ର ରାଜ୍ୟରେ ମାର୍ଚ୍ଚ ୨୦ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ୨୫ ଦିନରେ ମାତ୍ର ୪ଶହ ମାମଲା ପଞ୍ଜୀକୃତ ହୋଇଛି। ଏଥିରେ ଶାରିରୀକ ମାନସିକ ନିର୍ଯାତନା ରହିଛି। ଏହି ୪୦୦ ମାମଲା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୪୫ଟି ମାମଲା ରହିଥିବା ବେଳେ ବାଲେଶ୍ବର କନ୍ଧମାଳରେ ସର୍ବନିମ୍ନ ୩ଟି ଲେଖାଏ ମାମଲା ରହିଛି। ଅନ୍ୟ ସାଧାରଣ ଦିନରେ (୨୫ ଦିନ ଭିତରେ) ପାଖାପାଖି ଏକ ହଜାର ମାମଲା ପଞ୍ଜୀକୃତ ହେଉଥିବା ବେଳେ ଏବେ ଏହି ପରିସଂଖ୍ୟାନ ଢେର୍କମ୍ରହିଥିବା କୁହାଯାଉଛି। ଏହି ସମୟରେ ଶିଶୁମାନେ ଘରେ ରହୁଛନ୍ତି। ଅଧିକ ସମୟ ଘରେ ରହିଲେ ଅଭିଭାବକ ଚିଡ଼ି ଯାଇ ନିର୍ଯାତନା ଦେବା ସମ୍ଭାବନା ରହିଛି। ଏଣୁ ନିର୍ଯାତନାର ଶିକାର ହେଉଥିବା ଶିଶୁମାନଙ୍କୁ ଅନ୍ଲାଇନ୍‌‌ରେ କାଉନ୍ସେଲିଂ କରିବା ପାଇଁ ବ୍ୟବସ୍ଥା କରିଛି ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଏହି ସବୁ ମାମଲା ମଧ୍ୟରେ ଶିଶୁ ସୁରକ୍ଷା, ମେଡିକାଲ ମାମଲା, ଶିଶୁ ଆଶ୍ରୟ ମାମଲା, ଶିଶୁ ପୁନରୁଦ୍ଧାର ମାମଲା, ଆଇନ ଦ୍ବନ୍ଦ୍ବରେ ପଡ଼ିବା ଶିଶୁ ମାମଲା, ଶିଶୁ ନିଖୋଜ ପରିଚୟ ନିଖୋଜ ମାମଲା, ପ୍ରଲୋଭିତ କରାଇ ଶିଶୁଙ୍କୁ ନିର୍ଯାତନା ଦେବା ମାମଲା, କରୋନା ମାମଲା, ଅନ୍ୟାନ୍ୟ ହସ୍ତକ୍ଷେପ ମାମଲା ରହିଛି। ଝାରସୁଗୁଡ଼ାରେ ସର୍ବାଧିକ ୪୫ଟି ମାମଲା ରହିଥିବା ବେଳେ ବଲାଙ୍ଗୀରରେ ୨୮ଟି , ବାଲେଶ୍ବର କନ୍ଧମାଳରେ ଟି ଲେଖାଏ, ବରଗଡ଼ରେ , ଭଦ୍ରକରେ , କଟକରେ ୨୧, ଦେବଗଡ଼ରେ ୧୦, ଢେଙ୍କାନାଳରେ , ଗଜପତିରେ ୨୦, ଗଞ୍ଜାମରେ ୧୨, ଜଗତସିଂହପୁରରେ , କଳାହାଣ୍ଡିରେ , କେନ୍ଦୁଝରରେ ୧୯, ଖୋର୍ଦ୍ଧାରେ ୨୧, କୋରାପୁଟରେ ୩୪, ମାଲକାନଗିରିରେ ୨୬, ମୟୂରଭଞ୍ଜରେ ୨୫, ନବରଙ୍ଗପୁରରେ ୧୦, ନୟାଗଡ଼ରେ , ପୁରୀରେ , ରାୟଗଡ଼ାରେ ୩୩, ସମ୍ବଲପୁରରେ ୪୧ ସୁନ୍ଦରଗଡ଼ରେ ଟି ମାମଲା ରହିଛି। ଏହି ୪୦୦ ଟି ମାମଲା ମଧ୍ୟରୁ ଶିଶୁ ସୁରକ୍ଷାକୁ ନେଇ ୧୨୩ଟି ମାମଲା ରହିଥିବା ବେଳେ କରୋନା ସମ୍ବନ୍ଧୀୟ ୨୯ଟି ମାମଲା ରହିଛି।

15/05/2020

Leave a Reply

Your email address will not be published. Required fields are marked *

Comments