Bikash Khabar
ଅଙ୍ଗନବାଡି କେନ୍ଦ୍ରରେ ନାଁ ପଞ୍ଜିକରଣ କରିବେ ପ୍ରବାସୀ ଶ୍ରମିକଙ୍କ ୬ ବର୍ଷରୁ କମ୍ ବୟସର ପିଲା

କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ସମୟରେ ଗର୍ଭବତୀ ଓ ପ୍ରସୂତୀ ମହିଳା, ଶିଶୁମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ‌େଯାଗାଇ ଦିଆଯାଉଥିବା ଶୁଖିଲା ରାସନ୍ ନିୟମିତ ଭାବେ ସେମାନଙ୍କ ଘରେ ପହଞ୍ଚାଇ ଦିଆଯାଉଛି। ଏବେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କର ୬ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲିକା ଭୁକ୍ତ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହି ହିତାଧିକାରୀଙ୍କୁ ଅତିରିକ୍ତ ପୁଷ୍ଟିସାଧନ ଯୋଗାଇ ଦିଆଯିବ। ଅଙ୍ଗନବାଡ଼ି କର୍ମୀମାନେ ସାମାଜିକ ଦୂରତା ରକ୍ଷା କରି ହିତ‌ାଧିକାରୀମାନଙ୍କ ଘରେ ଛତୁଆ, ଅଣ୍ଡା ଆଦି ବଣ୍ଟନ କରୁଛନ୍ତି। ୩-୬ ବର୍ଷ ବୟସର ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ଜଳଖିଆ ବାବଦକୁ ଦିଆଯାଉଥିବା ରନ୍ଧା ଖାଦ୍ୟ ବଦଳରେ ମଧ୍ୟ ଶୁଖିଲା ରାସନ୍ ବଣ୍ଟାଯାଉଛି। ପ୍ରତି ମାସର ୧ ତାରିଖରେ ଶୁଖିଲା ରାସନ୍ ବଣ୍ଟନ ବ୍ୟବସ୍ଥାରେ ଜୁନ୍ ୧ ତାରିଖରେ ୭୨,୫୮୭ଟି ଅଙ୍ଗନବାଡ଼ି ଅଧୀନରେ ୪୧,୨୭,୦୫୦ ଜଣ ହିତାଧିକାରୀଙ୍କୁ ଶୁଖିଲା ରାସନ୍ ବଣ୍ଟାଯାଇଛି। ଏହା ଦ୍ବାରା ୬ ମାସରୁ ୩ ବର୍ଷ ବୟସର ୧୭,୯୩,୮୯୬ ଜଣ ଶିଶୁ, ୩ ରୁ ୬ ବର୍ଷ ବୟସର ୧୬,୧୩,୭୭୫ ଜଣ ପ୍ରାକ୍ ବିଦ୍ୟାଳୟ ଶିଶୁ ଏବଂ ୭,୧୯,୩୭୯ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା ଉପକୃତ ହୋଇଛନ୍ତି। ଏହି ବଣ୍ଟନ ବ୍ୟବସ୍ଥାକୁ ତଦାରଖ କରିବା ନିମନ୍ତେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି। ଏହା ଦ୍ବାରା ଠିକ୍ ସମୟ‌େର ଉତ୍ତମ ଗୁଣବତ୍ତାର ରାସନ୍ ବଣ୍ଟନକୁ ସୁନିଶ୍ଚିତ କରାଯାଇପାରିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

04/06/2020

Leave a Reply

Your email address will not be published. Required fields are marked *

Comments