Bikash Khabar
ପର୍ଯ୍ୟଟନକାରୀ ଦେଶ ଭାବେ ଚାଇନା ପାଇଛି ନିଆରା ପରିଚିତି

ବିଶ୍ୱର ସର୍ବାଧିକ  ପର୍ଯ୍ୟଟନକାରୀ ଦେଶ ଭାବରେ ନିଆରା ପରିଚିତି ପାଇଛି ଚାଇନା । ୨୦୧୬ରେ ଚାଇନାର ୧୩୫ ନିୟୁତ ଲୋକ ବିଦେଶ ଭ୍ରମଣରେ ଯାଇଥିବାବେଳେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ୧୫୭ ନିୟୁତକୁ ଛୁଇଁବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏନବିଏସ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୧୯୯୫ରେ ୫ ନିୟୁତ ଲୋକ ବିଦେଶ ଭ୍ରମଣରେ ଯାଇଥିବାବେଳେ ୨୦୧୬ରେ ଏହା ୧୩୫ ନିୟୁତକୁ ବୃଦ୍ଧି ପାଇଛି । ୨୧ ବର୍ଷ ମଧ୍ୟରେ ବିଦେଶକୁ ଚାଇନା ପର୍ଯ୍ୟଟକଙ୍କ ସଂଖ୍ୟା ହାରାହାରି ବାର୍ଷିକ ୧୭.୬% ବୃଦ୍ଧି ପାଇଛି ।  ୨୦୨୦ରେ ବିଦେଶକୁ ପର୍ଯ୍ୟଟକଙ୍କ ସଂଖ୍ୟା ୧୫୭ ନିୟୁତକୁ ଛୁଇଁବ ବୋଲି ଚାଇନା ଟୁରିଜିମ୍ ଏକାଡ଼େମୀର ତଥ୍ୟକୁ ଉଦ୍ଧାର କରି ଏକ ସମ୍ବାଦ ପ୍ରକାଶନ ସଂସ୍ଥା କହିଛି ।
ଚାଇନାବାସୀ ପର୍ଯ୍ୟଟନ ଦିଗରେ ଅଧିକ ଖର୍ଚ୍ଚ କରୁଥିବା କାରଣରୁ ସେମାନଙ୍କୁ ୱାକିଂ ୱାଲେଟ୍ସ କୁହାଯାଏ । ଚାଇନାର ପର୍ଯ୍ୟଟକମାନେ ଛୁଟି କାଟିବା, ସର୍ପିଂ କରିବା ଏବଂ କସମେଟିକ୍ ସର୍ଜରି ପାଇଁ ବିଦେଶକୁ ବିମାନରେ ଯାତ୍ରା କରିଥାନ୍ତି । ଅନେକ ଚାଇନା ପର୍ଯ୍ୟଟକଙ୍କୁ ସିଓଲ ଏବଂ ଟୋକିଓ ରେ ଦେଖିବାକୁ ମିଳିଥାଏ । ୨୦୧୭ରେ ଚାଇନାର ୩ଲକ୍ଷ ପର୍ଯ୍ୟଟକ ଭାରତ ଭ୍ରମଣରେ ଆସିଥିବା ଜଣାଯାଇଛି । 
 

 

05/10/2018

Leave a Reply

Your email address will not be published. Required fields are marked *

Comments