Bikash Khabar
ମୋଦିଙ୍କ ଭୋକାଲ ଫର ଲୋକାଲ ପ୍ରଭାବ ,୪୦ ହଜାର କୋଟିର ଦୀପାବଳି ବ୍ୟବସାୟ ହରାଇଲା ଚୀନ

ପ୍ରଧାନମନ୍ତ୍ରୀ ମୋଦି ସ୍ବଦେଶୀ ଦ୍ରବ୍ୟର ବ୍ୟବହାର ପାଇଁ ଦେଶବାସୀଙ୍କ ଅନୁରୋଧ କରିବା ପରେ ଏବେ ଦେଶରେ ଦିନକୁ ଦିନ ବଢୁଛି ସ୍ବଦେଶୀ ସାମଗ୍ରୀର ଚାହିଦା। ପର୍ବପର୍ବାଣୀରେ ଦେଶରେ ନିର୍ମିତ ସାମଗ୍ରୀର ଆଦର ବଢୁଛି ଚଳିତ ଦୀପାବଳିରେ ଦେଶରେ ପ୍ରାୟ ୭୨ ହଜାର କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ   କାରବାର ହୋଇଛି ଚୀନ ନିର୍ମିତ ସାମଗ୍ରୀ ପ୍ରତି ଲୋକଙ୍କ ଆଦର କମୁଥିବା ଯୋଗୁଁ ଚୀନକୁ ପୂର୍ବ ଦୀପାବଳି ତୁଳନା ରେ ୪୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAT) ରାଷ୍ଟ୍ରୀୟ ସଭାପତି ବିସି ଭାରତିଆ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଦେଶର ୨୦ ଟି ସହରରୁ ସଂଗୃହିତ ରିପୋର୍ଟ ଅନୁଯାୟୀ ଦୀପାବଳି ସମୟରେ ସମଗ୍ର ଦେଶରେ ପ୍ରାୟ ୭୨ ହଜାର କୋଟି କାରବାର ହୋଇଛି ଆଉ ସ୍ବଦେଶୀ ପ୍ରତି ଲୋକଙ୍କ ଅଧିକ ଆଗ୍ରହ ଯୋଗୁଁ ଚୀନକୁ ସିଧାସଳଖ ପ୍ରାୟ ୪୦ ହଜାର କୋଟିର କ୍ଷତି ସହିବାକୁ ପଡିଛି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତା, ନାଗପୁର, ରାୟପୁର, ଭୁବନେଶ୍ୱର, ରାଞ୍ଚି, ଭୋପାଳ, କାନପୁର, ନୋଏଡା, ଜାମ୍ମୁ, ଅହମ୍ମଦାବାଦ, ସୁରଟ, କୋଚିନ୍, ଜୟପୁର, ଚଣ୍ଡିଗଡ଼ ଭଳି ସହରରେ ହୋଇଥିବା ବିକ୍ରୀକୁ ଅନୁଧ୍ୟାନ କରାଯାଇଥିଲା ଦୀପାବଳି ରେ ଚାଇନା ତିଆରି ବାଣ,ଖେଳନା,ଉପହାର ସାମଗ୍ରୀ,ବୈଦ୍ୟୁତିକ ଲାଇଟ ସାଜସଜ୍ୱ ଉପକରଣ କୁ ଭାରତୀୟ ମାନେ ଏଡାଇ ସ୍ବଦେଶୀ ସାମଗ୍ରୀ କିଣିଥିବା ଜଣାଯାଇଛି

16/11/2020

Leave a Reply

Your email address will not be published. Required fields are marked *

Comments