Bikash Khabar
ଗୋମାତାଙ୍କ ମାତା ଚିନ୍ମୟୀ

ତାଙ୍କର ଜନ୍ମ ବଣେଇ ରାଜ ପରିବାରରେ । ନାଁ ତାଙ୍କର ଚିନ୍ମୟୀ ଦେଓ । ନାହିଁ ତାଙ୍କ ମନରେ ଆତ୍ମବଡ଼ମା କିମ୍ବା ବଡ଼ପଣ । ପରିବାର ଗଢିବାର ସ୍ୱପ୍ନକୁ ପଛରେ ଛାଡ଼ି ସେ ସମର୍ପିତ ହୋଇଛନ୍ତି ଗୋ ସେବାରେ ।

ସୁନ୍ଦରଗଡ଼ ଜିଲ୍ଲା ବଣେଇ ରାଜପରିବାରରେ ଜନ୍ମିତ ଚିନ୍ମୟୀ ଏବେ ପୁରୀ ସ୍ୱର୍ଗଦ୍ୱାର ନିକଟରେ ଅବସ୍ଥାନ କରୁଛନ୍ତି । ତାଙ୍କ ବାପା, ମା, ଗୋଟିଏ ଭାଇ ଓ ଭଉଣୀଙ୍କ ପୁରା ପରିବାର ଏବେ ପୁରୀରେ । ଚିନ୍ମୟୀଙ୍କ ସମେତ ପୁରା ପରିବାର ଏବେ ଲାଗି ପଡ଼ିଛନ୍ତି ଗୋ ମାତାଙ୍କ ସେବାରେ । ସହରରେ କେଉଁଠି ଅସୁସ୍ଥ ଗାଇ ବଳଦ ପଡ଼ିଛି, କେଉଁଠି କାହାର ଦୁର୍ଘଟଣା ହେଲା କିଏ ଉଠିପାରୁନି ଆଦି ଖବର ଶୁଣିବା ମାତ୍ରେ ଚିନ୍ମୟୀ ଦୌଡ଼ି ଚାଲିଆସନ୍ତି ।
ବିଗତ ୨୦ ବର୍ଷ ଧରି ଚିନ୍ମୟୀ ଗୋ ସେବା କରି ଆସୁଛନ୍ତି । ପୂର୍ବରୁ ସେ ଗୋବର୍ଦ୍ଦନ ମଠରେ ଗୋ ସେବା କରୁଥିଲେ । ଏବେ ବାଘ ଆଖଡ଼ା ମଠରେ ଗୋମାତାଙ୍କ ସେବାରେ ନିୟୋଜିତ ଅଛନ୍ତି ।

09/03/2019

Leave a Reply

Your email address will not be published. Required fields are marked *

Comments