Bikash Khabar
ପାଣିପାଗର ନିଆରା ରୂପ, ଦିଲ୍ଲୀରେ ଥଣ୍ଡା ଦକ୍ଷିଣରେ ଅସମ୍ଭାଳ ତାତି

ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ମଧ୍ୟ ଦିଲ୍ଲୀରେ ଶୀତ ଅନୁଭବ କରି ହେଉଛି । ମଝିରେ ମଝିରେ ହାଲକା ବର୍ଷା ପାଗକୁ ଆହୁରି ଶୀତଳ କରାଇ ଦେଉଛି । କିନ୍ତୁ ସେପଟେ ଦକ୍ଷିଣର ଦୁଇ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁର ତାତି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଚଳିତ ବର୍ଷ ଦକ୍ଷିଣ ଭାରତରେ ଭୀଷଣ ଗରମ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣି ପାଗ ବିଭାଗ ।

ଦିଲ୍ଲୀରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏଭଳି ହାଲକା ଥଣ୍ଡାକୁ ସହରବାସୀ ମନ ଭରି ଉପଭୋଗ କରୁଛନ୍ତି । ସୋମବାର ହାଲକା ବର୍ଷା ପାଗକୁ ଆଉ ଟିକେ ଥଣ୍ଡା କରିଦେଇଛି । ଦେଶର ପାର୍ବତୀ ଅଂଚଳରେ ବରଫ ପଡ଼ିବା କାରଣରୁ ଏହାର ପ୍ରଭାବ ଦିଲ୍ଲୀରେ ପଡ଼ୁଛି । ପଶ୍ଚିମବଙ୍ଗରେ କାଳ ବୈଶାଖୀ କାରଣରୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ମାର୍ଚ୍ଚ ଆରମ୍ଭରୁ ତାପମାତ୍ରା ବୃଦ୍ଧି ପାଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଧ୍ୟ ଓଡ଼ିଶାରେ ଦେଖିବାକୁ ମିଳିଛି । ଫେବୃଆରୀ ମାସ ୧ରୁ ୪ ଯାଏ ରାଜଧାନୀ ଭୁବନେଶ୍ୱରରେ ଶୀତ ଋତୁର ସ୍ପର୍ଶ ମିଳିଥିବାବେଳେ ୫ରୁ୧୮ ଯାଏ ମୃଦୁମନ୍ଦ ମଳୟ ପ୍ରବାହିତ ହୋଇ ବସନ୍ତ ଋତୁର ଅନୁଭବ ଦେଇଥିଲା । ସେହିପରି ୧୯ରୁ ୨୪ ଯାଏ ଭୀଷଣ ଗରମ ଓ ୨୫ରୁ ୨୮ ଯାଏ ପୁଣି ସହରକୁ ଲେଉଟିଥିଲା ଶୀତ । ଗୋଟିଏ ମାସରେ ଏପରି ଭାବେ ରାଜଧାନୀ ଭୁବନେଶ୍ୱରବାସୀ ଶୀତ, ବସନ୍ତ ଓ ଗ୍ରୀଷ୍ମର ଅନୁଭବ କରିଛନ୍ତି ।

05/03/2019

Leave a Reply

Your email address will not be published. Required fields are marked *

Comments