Bikash Khabar
ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଛନ୍ତି ଜିଲ୍ଲାପାଳଙ୍କ ପୁଅ

ଉତ୍ତରାଖଣ୍ଡର ଚଗୋଲି ଜିଲ୍ଲାପାଳ ସ୍ୱାତି ଭଦୋରିଆ ସୃଷ୍ଟି କରିଛନ୍ତି ନିଆରା ଉଦାହରଣ । ଘରୋଇ ବିଦ୍ୟାଳୟ ବଦଳରେ ନିଜ ୨ ବର୍ଷର ପୁଅକୁ ସରକାରୀ ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଛନ୍ତି । ଗୋପେଶ୍ୱର ଗାଁରେ ଥିବା ଏହି କେନ୍ଦ୍ରକୁ ପୁଅକୁ ଛାଡ଼ିବା ପାଇଁ ଜିଲ୍ଲାପାଳ ନିୟମିତ ଆସୁଥିବାରୁ ଏହି କେନ୍ଦ୍ର ସମେତ ଆଖପାଖ କେନ୍ଦ୍ର ଓ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଅଧିକ ସଫାସୁତୁରା ଓ ସମୟାନୁବର୍ତ୍ତିତା ହୋଇଯାଇଛି ।

ଜିଲ୍ଲାପାଳଙ୍କ ୨ ବର୍ଷର ପୁଅ ଗାଁର ଅନ୍ୟ ପିଲାଙ୍କ ସହିତ ଖେଳି ଖେଳି ଶିକ୍ଷା ଆଡ଼କୁ ଆଗ୍ରହ ପ୍ରକାଶ କରିବା ସହିତ ପିଲାଙ୍କ ସହିତ ହସ ଖୁସିରେ ଭୋଜନ କରୁଛି ।
ଅଙ୍ଗନବାଡ଼ି କେନ୍ଦ୍ରରେ ଅନ୍ୟ ପିଲାଙ୍କ ସହ ପଢିଲେ ଶିଶୁର ସାମାଜିକ ମାନସିକ ଓ ଶାରୀରିକ ଅଭିବୃଦ୍ଧି ଘଟିବ ଓ ସାଧାରଣ ପିଲାଙ୍କ ସହ ରହିଲେ ସମାଜକୁ ବୁଝିବା ସହଜ ହେବ । ସ୍ୱାତୀଙ୍କ ସ୍ୱାମୀ ମଧ୍ୟ ଜଣେ ଆଇଏଏସ ଅଫିସର । ସେ ଅଲମୋଡ଼ାରେ ଜିଲ୍ଲାପାଳ ଅଛନ୍ତି । ମଙ୍ଗଳବାର ଜିଲ୍ଲାପାଳଙ୍କ ପୁଅ ଅଭୁଦୟର ପ୍ରଥମ ଦିନ ଥିଲା । ସେ ପିଲାଙ୍କ ସହ ପ୍ରଥମରୁ ମିଶି ପାରୁଥିଲା ବୋଲି ଅଙ୍ଗନୱାଡ଼ି କର୍ମୀ ମଞ୍ଜୁ ଭଟ୍ଟ କହନ୍ତି । 
 

09/11/2018

Leave a Reply

Your email address will not be published. Required fields are marked *

Comments