Bikash Khabar
ସହରକୁ ସଫା ରଖିବା ପ୍ରୟାସ, ଅଳିଆଗଦାରୁ ହେବ ବର୍ଜ୍ୟବସ୍ତୁ ପ୍ଲାଣ୍ଟ

ସ୍ମାର୍ଟ ସିଟି ଭୁବନେଶ୍ୱରର ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ସାଙ୍ଗକୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ବ୍ୟାପକ ପ୍ରୟାସ ହାତକୁ ନେଇଛି । ସଂପ୍ରତି ସୈନିକ ସ୍କୁଲ ପାଖରେ ରହିଥିବା ଅଳିଆଗଦା ଠାରେ ଏକ ତରଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ହେବାକୁ ଯାଉଛି । ଏଥିପାଇଁ କୋଠା ନିର୍ମାଣ ଆରମ୍ଭ ହୋଇଛି ।
ସୈନିକ ସ୍କୁଲ ପାଖ ଡ଼ମ୍ପିୟାର୍ଡ଼ରେ ଅଳିଆ ଗଦା ହେବା ପରେ ଏଠାରୁ ଭୁଆଶୁଣୀ ଡ଼ମ୍ପିୟାର୍ଡ଼କୁ ଯାଇଥାଏ । ରାଜଧାନୀର ୬୭ଟି ୱାର୍ଡ଼ର ୬୦୦ ଟନ୍ ଅଳିଆ ସୈନିକ ସ୍କୁଲ ପାଖରେ ଜମା ହୋଇଥାଏ । ଅଳିଆଗଦା କରିବା ଓ ବୋହି ନେବା କାମରେ ୨୦ରୁ ୩୦ ଜଣ ନିୟୋଜିତ ହୋଇଥାନ୍ତି । ସୈନିକ ସ୍କୁଲ ଅଳିଆଗଦା ନିକଟରେ ଏକ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ପାଇଁ ଏବେ ପ୍ରୟାସ ଚାଲିଛି । ପ୍ଲାଷ୍ଟିକ ବୋତଲ, ଜରି ଓ କଠିନ ବର୍ଜ୍ୟକୁ ଏଠାରେ ଅଲଗା କରିଦିଆଯିବ । ଜୈବିକ ବର୍ଜ୍ୟରୁ କମ୍ପୋଷ୍ଟ ଖତ ପ୍ରସ୍ତୁତ ହେବ । ଏଥିପାଇଁ ଗତ ଜାନୁଆରୀରୁ ୭୪ ଲକ୍ଷ ଟଙ୍କା ବିନିଯୋଗରେ ଏକ କୋଠା ନିର୍ମାଣ ଚାଲିଛି । ଡ଼ିସେମ୍ବରରେ କାମ ସରିବ । ଏଠାରେ ଦୈନିକ ୫ ଟନ୍ ଅଳିଆରୁ ଖତ ପ୍ରସ୍ତୁତ ହେବ । 
 

15/09/2018

Leave a Reply

Your email address will not be published. Required fields are marked *

Comments